Advertisement
Posted inଜାତୀୟ

ପିଟ ବୁଲ୍‌ ରଖିବା ନେଇ ରୋକ ଜାରି କଲା ମ୍ୟୁନିସିପାଲ କର୍ପୋରେଶନ…

ଗାଜିଆବାଦ,୧୫।୧୦ : ଗାଜିଆବାଦରେ କୁକୁର ଆକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲ କର୍ପୋରେଶନ ବର୍ତ୍ତମାନ କଠୋର ପଦକ୍ଷେପ ନେଇଛି। ତିନୋଟି ଆକ୍ରମଣାତ୍ମକ ପ୍ରଜାତିର କୁକୁର ପାଳିବାକୁ ବାରଣ କରିବାକୁ ନିଷ୍ପତ୍ତି ହୋଇଛି। ଶନିବାର ଅନୁଷ୍ଠିତ ଗାଜିଆବାଦ ମ୍ୟୁନିସିପାଲ କର୍ପୋରେଶନ ବୋର୍ଡର ବୈଠକରେ ସହରରେ ପିଟବୁଲ, ରୋଟୱିଲର୍‌ ଏବଂ ଡୋଗୋ ଆର୍ଜେଣ୍ଟିନୋ ପ୍ରଜାତିର କୁକୁର ପଞ୍ଜିକରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଯେଉଁମାନେ ଅନ୍ୟ ପ୍ରଜାତିର କୁକୁର ରଖନ୍ତି ସେମାନଙ୍କ ପାଇଁ ନୂତନ ନିୟମ ସ୍ଥିର କରାଯାଇଛି।

ମେୟର ଆଶା ଶର୍ମାଙ୍କ ଦ୍ୱାରା ଅନୁମୋଦିତ ଏହି ତିନୋଟି ଆକ୍ରମଣାତ୍ମକ ପ୍ରଜାତିର କୁକୁରକୁ ରଖିବା ଉପରେ ଭାଜପା କାଉନସିଲର ସଞ୍ଜୟ ସିଂ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବ ପାରିତ ହେବା ପରେ, ଯେଉଁମାନଙ୍କର ଏହି ପ୍ରଜାତିର କୁକୁର ଅଛନ୍ତି, ସେମାନଙ୍କୁ ଆସନ୍ତା ଦୁଇମାସ ମଧ୍ୟରେ ବନ୍ଧ୍ୟାକରଣ ଏବଂ ନିଗମରେ ପଞ୍ଜୀକୃତ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ସପ୍ତାହ ମଧ୍ୟରେ କର ପୌର ପରିଷଦ ନିର୍ବାଚନ ଘୋଷଣା, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ, ୪।୫ : ମହାରାଷ୍ଟ୍ରରେ ସ୍ଥାନୀୟ ପୌର ପରିଷଦ ନିର୍ବାଚନକୁ ନେଇ ରାଜ୍ୟ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆସନ୍ତା ୨ ସପ୍ତାହ...

୫ ମିନିଟ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହେବାରୁ ଚାଲିଗଲା ୨୨ ଜୀବନ! ହସ୍ପିଟାଲ୍‌ ସିଲ୍‌

ଆଗ୍ରା,୮। ୧୧: ଆଗ୍ରାର ଏକ ପ୍ରାଇଭେଟ ହସ୍ପିଟାଲରେ ଅକ୍ସିଜେନ ମକ ଡ୍ରିଲ ବେଳେ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ...

ଜମ୍ମୁ-କଶ୍ମୀରରେ ୫ ଶ୍ରମିକଙ୍କୁ ହତ୍ୟା ଘଟଣା: ନିନ୍ଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା,୩୦।୧୦: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ୫ ଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏମାନେ ସମସ୍ତେ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ କଶ୍ମୀର ଯାଇ ପଥର କାରିଗର...

ଶିଖ୍‌ ତୀର୍ଥଯାତ୍ରୀଙ୍କ ସହ ପାକ୍‌ ଯିବା ଲାଗି ସିଦ୍ଧୁଙ୍କୁ ଅନୁମତି

ନୂଆଦିଲ୍ଲୀ,୮-୧୧(ଆଇଏଏନ୍‌ଏସ୍‌):ନଭେମ୍ବର ୯ରେ କର୍‌ତାରପୁର କରିଡର ଦେଇ ପାକିସ୍ତାନର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି କେନ୍ଦ୍ର ସରକାର କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ ଅନୁମତି...

ଟାର୍ଗେଟ କିଲିଂ: ସବୁ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ ଅଛନ୍ତି ଠାକରେ

ମୁମ୍ବାଇ,୫ ।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସକ୍ରିୟ ହେବା ସହ ବେଳକୁ ବେଳ ଟାର୍ଗେଟ କିଲିଂ ସଂଖ୍ୟା ବଢିବାରେ ଲାଗିଛି । ଯାହା ଲୋକଙ୍କ ମନରେ ଭୟ...

ଦେଶରେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୯।୬: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମଙ୍ଗଳବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ...

୫ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୮।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଗଲଓ୍ବାନ ଶହୀଦ୍‌ଙ୍କ ପାଇଁ ସ୍ମୃତି ସ୍ମାରକୀ

ଗଲଓ୍ବାନ, ୩।୧୦: ଗଲଓ୍ବାନ ଘଟିରେ ଜୁନ୍‌ ୧୫ରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ...

Advertisement
Archives

Model This Week