ପାଟନା, ୨୯।୧୦: ଦଶହରାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ବିହାରର ମୁଙ୍ଗେରରେ ହୋଇଥିବା ହିଂସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡିଏମ୍ ଏବଂ ଏସ୍ପି ଲିପି ସିଂଙ୍କ ହଟାଇ ଦିଆଯାଇଛି। ଲିପି ସିଂ ଲୋକଙ୍କ ଉପରେ ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆଣି ଲୋକେ ତାଙ୍କୁ ହଟାଇବା ଲାଗି ପ୍ରଦର୍ଶନ ଜାରି ରଖିଥିଲେ। ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ଘଟିବା ସହିତ କେତେକ ଆହତ ହୋଇଥିଲେ। ଲିପି ସିଂ ଜେଡିୟୁ ଏମ୍ପି ଆର୍.ସି.ପି. ସିଂଙ୍କ କନ୍ୟା। ନିର୍ବାଚନ କମିଶନଙ୍କ ଆଦେଶକ୍ରମେ ତାଙ୍କୁ ହଟାଇ ଦିଆଯାଇଛି। ଏବେ ଏହି ଘଟଣାର ଯାଞ୍ଚ୍ ମଗଧ କମିଶନର ଅସଗବା ଚୁବା ଆଓଙ୍କ ଦ୍ୱାରା କରାଯିବ। ସେ ୭ ଦିନ ମଧ୍ୟରେ ରିପୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ।


