୬୦ ବର୍ଷ ଧରି ଜୀବିକା ଯୋଗାଇଛି ମୁଣ୍ଡଳି ବ୍ୟାରେଜ

ନରାଜ, ୨୯।୬ (ଡି.ଏନ୍‌.ଏ)ମହାନଦୀରେ ବନ୍ୟା ଆସିଲେ ମନେ ପଡ଼େ ମୁଣ୍ଡଳି ବ୍ୟାରେଜର କଥା। ଏଠାରେ ରହିଛି ବନ୍ୟା ଜଳସ୍ତର ଜାଣିବାର ବ୍ୟବସ୍ଥା। ହେଲେ ୬୦ବର୍ଷ ଧରି ଏହି ବ୍ୟାରେଜ ବୁଝିଆସିଛି ଲକ୍ଷଲକ୍ଷ ଜୀବନଜୀବିକାର କଥା। ପୁରୀ ମେନ୍‌ କେନାଲ ସହ ବହୁ ଶାଖା କେନାଲ ମାଧ୍ୟମରେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲାର ୧ଲକ୍ଷ ୩୬ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ କ୍ଷେତକୁ ବର୍ଷସାରା ଜଳପ୍ଳାବିତ କରି ଆସୁଛି। ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ପରୋକ୍ଷରେ ରାଜ୍ୟର ଆର୍ଥତ୍କ ମେରୁଦଣ୍ଡକୁ ସୁଦୃଢ଼ କରିବାରେ ସହାୟକ ହେଉଛି ଏହି ବ୍ୟାରେଜ।
କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ବର୍ଷାଦିନ ବ୍ୟତୀତ ଅନ୍ୟଦିନଗୁଡ଼ିକରେ ଚାଷ କାର୍ଯ୍ୟରେ ବଡ଼ ସମସ୍ୟା ସୃଷ୍ଟି କରୁଥିଲା ପାଣି। ଏହି ସମସ୍ୟା ଦୂର କରିବା ପାଇଁ ୧୯୬୦ରେ କଟକ ଜିଲା ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡଳିଠାରେ ମହାନଦୀ ଉପରେ ତିଆରି ହୋଇଥିଲା ବ୍ୟାରେଜ। ୩ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୧୯୬୫ରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲା। ସମୁଦ୍ରକୁ ବୋହି ଯାଉଥିବା ଜଳକୁ ଅଟକାଇ କେନାଲ ମାଧ୍ୟମରେ ଚାଷ କାର୍ଯ୍ୟରେ ଲଗାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସର୍ବାଧିକ ୧୨ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବାର କ୍ଷମତା ରଖିଥିବା ଏହି ବ୍ୟାରେଜରେ ୧୦ଟି ଗେଟ୍‌ ରହିଛି। ଏହି ଗେଟ୍‌ ମାଧ୍ୟମରେ ପ୍ରବାହିତ ଜଳକୁ ଅଟକାଯାଇ ନିକଟରୁ ବାହାରିଥିବା ପୁରୀ କେନାଲରେ ଛଡ଼ାଯାଉଛି। ଏଠାରୁ ୪୨ କିଲୋମିଟର ପୁରୀ ଜିଲା ପର୍ଯ୍ୟନ୍ତ ଲମ୍ବିଥିବା ଏହି କେନାଲର ଦୁଇ ପାର୍ଶ୍ୱରେ ଥିବା ଚାଷଜମି ଓ ଶାଖା କେନାଲ ମାଧ୍ୟମରେ ଅନ୍ୟ ଚାଷଜମିକୁ ଜଳସେଚନ କରାଯାଉଛି। ମୁଣ୍ଡଳି ବ୍ୟାରେଜ ପାଇଁ ଶୁଖିଲା କ୍ଷେତ ଆଜି ସବୁଜମୟ ହୋଇପାରିଛି। ଧାନ ସହ ବିଭିନ୍ନ ପନିପରିବା ଓ ଫଳ ଚାଷ କରି ଚାଷୀମାନେ ହସ ଖୁସିରେ ଦିନ କାଟୁଛନ୍ତି। ଭୋକିଲା ପେଟକୁ ବର୍ଷସାରା ଦାନା ଯୋଗାଇବା ସହ ବଳକା ବିକ୍ରି କରି ନିଜର ଆର୍ଥତ୍କ ସ୍ଥିତିକୁ ସୁଧାରିପାରିଛନ୍ତି। କେବଳ ସେତିକି ନୁହେଁ, ଏଠାରୁ ସହରାଞ୍ଚଳକୁ ବଡ଼ ବଡ଼ ପମ୍ପ୍‌ ସହାୟତାରେ ପାଣି ଯୋଗାଇ ଦିଆଯାଉଛି। ବ୍ୟାରେଜ ଦେଇ ଯାତାୟାତ ବ୍ୟବସ୍ଥା ରହିଥିବାବେଳେ ଅଟକି ରହିଥିବା ଜଳରେ ମତ୍ସ୍ୟଜୀବୀମାନେ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ବ୍ୟାରେଜ ହେବାର ୧୫ବର୍ଷ ପରେ ୧୯୮୦ରେ ଏହାର ସମସ୍ତ ଗେଟ୍‌କୁ ଲାଗି ବ୍ରିଜ ତିଆରି ହେବାରୁ ଆଠଗଡ଼, ଢେଙ୍କାନାଳ, ଅନୁଗୋଳଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଲୋକେ କଟକ ଓ ଭୁବନେଶ୍ୱର ଆସିବାକୁ ସହଜ ହୋଇଛି। ଏମାନଙ୍କ ପାଇଁ ଏବେ ମୁଣ୍ଡଳି ବ୍ୟାରେଜ ବହୁ ସ୍ମୃତି ବହନ କରୁଛି।

କ’ଣ କୁହନ୍ତି ଏମାନେ…
ମୁଣ୍ଡଳିଠାରେ ବ୍ୟାରେଜ କେବଳ ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିଲା। କିନ୍ତୁ ସମୟକ୍ରମେ ଏଠାରେ ବାସ କରୁଥିବା କୈବର୍ତ୍ତ ଶ୍ରେଣୀର ଲୋକେ ବେଶ୍‌ ଉପକୃତ ହେଲେ। ଏବେ ଏଠାରୁ ମାଛ ମାରି ବହୁ ପରିବାର ଚଳୁଛନ୍ତି। ଏହାକୁ ଲାଗି ବ୍ରିଜ ନିର୍ମାଣ ହେବାରୁ ଲୋକଙ୍କ ଗମନାଗମନରେ ବେଶ୍‌ ସୁବିଧା ହେଉଛି।
– ରବି ପ୍ରସାଦ ବେହେରା, ପୂର୍ବତନ ସରପଞ୍ଚ, ମୁଣ୍ଡଳି
ବ୍ୟାରେଜ ଆରମ୍ଭରୁ ମଁୁ ଏଠାରେ ଥିବା ଲଞ୍ଚରେ ହେଲ୍‌ପର ଭାବେ କାମ କରୁଛି। ବ୍ୟାରେଜର ତଳି ଅଞ୍ଚଳକୁ କୋଡି ଦେଶ ବୋଲି କୁହାଯାଇଥାଏ। ସେହି ଅଞ୍ଚଳକୁ ଚାଷ ପାଇଁ ପାଣି ଯୋଗାଇବାକୁ ଏହି ବ୍ୟାରେଜ ନିର୍ମାଣ ହୋଇଥିଲା। ଏହାଦ୍ୱାରା ଏବେ ବହୁ ଚାଷୀ ଉପକୃତ ହୋଇପାରୁଛନ୍ତି।
– ହାଡ଼ିବନ୍ଧୁ ଦଳାଇ, ଲଞ୍ଚ ହେଲ୍‌ପର
ହୀରାକୁଦ ଜଳଭଣ୍ଡାରରୁ ଗେଟ ଖୋଲାଗଲେ ମୁଣ୍ଡଳିରେ ପାଣି ପହଞ୍ଚତ୍ବାକୁ ପ୍ରାୟ ୩୬ ଘଣ୍ଟା ଲାଗିଥାଏ। ଏଠାରେ ବନ୍ୟାଜଳ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କେତେ ଉଚ୍ଚତାରେ ଓ କେତେ ପରିମାଣର ବନ୍ୟାଜଳ ପ୍ରଭାହିତ ହେଉଛି ତାହା ଏଠାରୁ ଜାଣି ହେଉଛି। ବର୍ଷା ଦିନକୁ ଛାଡି ଅନ୍ୟ ଦିନରେ ମହାନଦୀ ପାଣିକୁ ଅଟକାଇ ପୁରୀ ମେନ କେନାଲରେ ମୁଣ୍ଡଳିରୁ ପୁରୀ ପର୍ଯ୍ୟନ୍ତ ଚାଷୀଙ୍କୁ ଯୋଗାଇ ଦିଆଯାଉଛି।
– ନିରଞ୍ଜନ ଦାଶ, କନିଷ୍ଠ ଯନ୍ତ୍ରୀ, ପ୍ରାଚୀ ଡିଭିଜନ

ମନୋଜ କୁମାର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri