ମୁନାଓ୍ବର ଫାରୁକିଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା

ମୁମ୍ବାଇ: ରିଏଲିଟି ଶୋ ‘ବିଗବସ୍‌-୧୭’ର ବିଜେତା ମୁନାଓ୍ବର ଫାରୁକି ଦ୍ୱିତୀୟ ଥର ପାଇଁ ବିବାହ କରିଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୦ରୁ ୧୨ ଦିନ ତଳେ ଏହି ଷ୍ଟାଣ୍ଡଅପ୍‌ ହାସ୍ୟ ଅଭିନେତା, ମେକ୍‌ଅପ୍‌ ଆର୍ଟିଷ୍ଟ ମେହଜ୍‌ବୀନ କୋଟଓ୍ବାଲାଙ୍କ ସହ ମୁମ୍ବାଇରେ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଗୁପ୍ତ ଭାବେ ବିବାହ କରିଛନ୍ତି। ସେହିପରି ରବିବାର ଉଭୟେ ନିଜର ବନ୍ଧୁ ଓ ସପରିଜନଙ୍କୁ ମୁମ୍ବାଇର ଆଇଟିସି ମରାଠା ହୋଟେଲରେ ରିସେପ୍ସନ ଦେଇଥିବା ଏହି ରିପୋର୍ଟରେ କୁହାଯାଇଛି। କିଛିଦିନ ତଳେ ମୁନାଓ୍ବରଙ୍କ ଏକ ଫ୍ୟାନ୍‌ ଆକାଉଣ୍ଟରୁ ଏକ ବିବାହ ନିମନ୍ତ୍ରଣ କାର୍ଡ ପୋଷ୍ଟ କରାଯାଇଥିଲା। ଏହି ବିବାହ ନିମନ୍ତ୍ରଣ କାର୍ଡ ମୁନାଓ୍ବରଙ୍କ ହୋଇଥିବା ଉକ୍ତ ପୋଷ୍ଟରେ ଦାବି କରାଯାଇଥିଲା। ଏହାପରଠାରୁ ସୋସିଆଲ ମିଡିଆରେ ମୁନାଓ୍ବରଙ୍କ ଦ୍ୱିତୀୟ ବିବାହ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଏବେସୁଦ୍ଧା ମୁନାଓ୍ବର କିମ୍ବା ମେହଜବୀନଙ୍କ ତରଫରୁ ବିବାହକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବିବାହର କୌଣସି ଫଟୋ କିମ୍ବା ଭିଡିଓ ମଧ୍ୟ ଏହି ଯୋଡ଼ି ବର୍ତ୍ତମାନ ସୁଦ୍ଧା ପୋଷ୍ଟ କରିନାହାନ୍ତି। ସୂଚନାଯୋଗ୍ୟ, ମୁନାଓ୍ବର ପୂର୍ବରୁ ୨୦୧୭ରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ସମ୍ପର୍କ ଖରାପ ହେବାରୁ ସେ ୨୦୨୦ରେ ନିଜ ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିଲେ। ଅନ୍ୟପକ୍ଷରେ, ମେହଜ୍‌ବୀନଙ୍କର ମଧ୍ୟ ଗୋଟିଏ ୧୦ ବର୍ଷର ଝିଅ ଥିବା ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri