Posted inଜାତୀୟ

ନିଜର ବେକାବୁ ବୟାନକୁ ନେଇ ପରିଚିତ ଥିଲେ ମୁନାଓ୍ବର ରାଣା, ଆଜି ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୫।୧: ରବିବାର ବିଳମ୍ବିତ ରାତିରେ ହୃଦଘାତରେ ଜଣାଶୁଣା କବି ମୁନାୱର ରାଣାଙ୍କର ମୃତ୍ୟୁ ହୋଇଛି। ସେ ୭୧ବର୍ଷ ବୟସରେ ଲକ୍ଷ୍ନୌ ରପିଜିଆଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୁନାୱର ରାଣା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଯେଉଁଥିପାଇଁ ତାଙ୍କୁ ପିଜିଆଇର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ସମୟ ଧରି ଗଳା କର୍କଟରେ ପୀଡିତ ଥିଲେ।

ମୁନାୱର ରାଣାଙ୍କ ଝିଅ ସୁମାୟା ରାଣା ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ତାଙ୍କ ପିତା ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ଏବଂ ସୋମବାର ତାଙ୍କର ଶେଷ ରୀତିନୀତି କରାଯିବ। ତାଙ୍କ ପତ୍ନୀ, ୪ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ମୁନାଓ୍ବର ୨୬ନଭେମ୍ବର ୧୯୫୨ ରେ ଉତ୍ତରପ୍ରଦେଶର ରାୟବରେଲି ଜିଲାରେ ଜନ୍ମଗ୍ରହଣ କରିଥିଲେ। ୨୦୧୪ରେ, ତାଙ୍କ କବିତା ଶାହାଦାବା ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ପରେ ସେ ଏହାକୁ ସରକାରଙ୍କ ନିକଟକୁ ଫେରାଇ ଦେଇଥିଲେ।
ପ୍ରସିଦ୍ଧ କବି ପ୍ରଫେସର ୱାସିମ ବରେଲଭି ମୁନାଭୱାରଙ୍କ ଦେହାନ୍ତରେ ଭାବପ୍ରବଣ ହୋଇଛନ୍ତି। ସେ ଫୋନ ମାଧ୍ୟମରେ କହିଥିଲେ ଯେ ସେ ମୁନାୱରଙ୍କ ସହ ଦଶଥର ମଞ୍ଚ ଶେୟାର କରିଛନ୍ତି। ସେ ବିଳମ୍ବରେ ମଞ୍ଚକୁ ଆସିଥିଲେ କିନ୍ତୁ ଏକ ଚିରସ୍ଥାୟୀ ଭାବନା ଛାଡିଥିଲେ। ତାଙ୍କର ଦେହାନ୍ତ ହେତୁ ଉର୍ଦ୍ଦୁ ସାହିତ୍ୟ ଏକ ବଡ କ୍ଷତି ସହିଛି। ମନେରଖ – ସେ ମୋତେ ଛାଡ଼ି ଆଗକୁ ବଢନ୍ତି, ଯେପରି ମୋର ଯାତ୍ରା ବର୍ତ୍ତମାନ ଶେଷ ହୋଇଛି। ସେ କହିଛନ୍ତି, ଗଜଲ ସାଧାରଣତଃ ପ୍ରେମ ବ୍ୟକ୍ତ କରିବା ପାଇଁ ଜଣାଶୁଣା । ଏହା ବ୍ୟତୀତ ମୁନାୱର ମଧ୍ୟ ତାଙ୍କ ମା ଏବଂ ଅନ୍ୟାନ୍ୟ ସମ୍ପର୍କକୁ ଗଜଲ ମାଧ୍ୟମରେ ଉପସ୍ଥାପନ କରିଥିଲେ, ଯାହା ସ୍ମରଣୀୟ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri