Categories: ଫୁରସତ

ସିଙ୍ଗଡ଼ା ବିକ୍ରି ପାଇଁ ଗୁଗୁଲ ଚାକିରି ଛାଡିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗୁଲ ଏମିତି ଏକ କମ୍ପାନୀ, ଯେଉଁଠାରେ କାମ କରିବାକୁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ମାତ୍ର ଏହି ସ୍ବପ୍ନ ଖୁବ୍‌ କମ୍‌ ଲୋକଙ୍କର ପୂରଣ ହୋଇଥାଏ। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ସୁଙ୍ଗଡା ବ୍ୟବସାୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜରେ ଥିବା ଗୁଗୁଲର ଚାକିରିକୁ ଛାଡି ଦେଇଛନ୍ତି।
ସେ ହେଲେ ମୁନାଫ କାପାଡିଆ। ମୁନାଫ ଏମ୍‌ବିଏ ପାଠପଢ଼ା ଶେଷ କରିବା ପରେ ବିଦେଶ ଚାଲିଯାଇଥିଲେ। ସେଠାରେ ଅନେକ ସାକ୍ଷାତକାର ଦେବା ପରେ ତାଙ୍କୁ ଗୁଗୁଲରେ ଚାକିରି କରିବାର ସୁଯୋଗ ମିଳିଲା। କିଛି ବର୍ଷ ଚାକିରି କରିବା ପରେ ସେ ଇସ୍ତଫା ଦେଇ ଦେଶକୁ ଫେରିଆସିଲେ। ପରେ ମୁନାଫ ‘ବୋହରି କିଚେନ’ ନାମରେ ନିଜର ଏକ ରେଷ୍ଟୁରାଣ୍ଟ ଖୋଲିଲେ। ପ୍ରଥମେ ଏହି ରେଷ୍ଟୁରାଣ୍ଟରେ ତାଙ୍କ ମା’ ନାଫିସା ରୋଷେଇ କରୁଥିଲେ। ତାଙ୍କ ରେଷ୍ଟୁରାଣ୍ଟରେ ଖାଇବା ପରେ ଲୋକେ ଖୁବ୍‌ ପ୍ରଶଂସା କରିବାକୁ ଲାଗିଲେ। ଏହା ମୁନାଫ ନିଜ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଲେ। ତାଙ୍କ ରେଷ୍ଟୁରାଣ୍ଟ ପୁରା ମୁମ୍ବାଇରେ ଲୋକପ୍ରିୟ। ରେଷ୍ଟୁରାଣ୍ଟ ଖୋଲିବାର ବର୍ଷକ ମଧ୍ୟରେ ମୁନାଫ ୫୦ ଲକ୍ଷରୁ ଅଧିକ ଟଙ୍କା ଆୟ କରୁଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ମୁନାଫ ଏହି ବ୍ୟବସାୟକୁ ୫ କୋଟିରୁ ଊର୍ଦ୍ଧ୍ୱ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ସଫଳତାକୁ ଦୃଷ୍ଟିରେ ରଖି ଫୋର୍ବସ୍‌ ମୁନାଫଙ୍କ ନାମକୁ ଅଣ୍ଡର ୩୦ ଆଚିଭର୍ସ ତାଲିକାରେ ଅନ୍ତର୍ଭୁକ୍ତ କରିଛି।


ଏ ନେଇ ମୁନାଫା କୁହନ୍ତି, ମୋ ମା’ ନାଫିସା ଟିଭିରେ ସବୁବେଳେ ଖାଦ୍ୟ ଶୋ’ ଦେଖି ଘରେ ଭଲ ରୋଷେଇ କରୁଥିଲେ। ଏହାକୁ ଦେଖିବା ପରେ ମୁଁ ଅନୁଭବ କଲେ ଯେ, ମା’ଙ୍କ ଟିପ୍ସ ସହ ଏକ ରେଷ୍ଟୁରାଣ୍ଟ ଖୋଲିବେ। ଶେଷରେ ଏପରି କରି ସଫଳ ମଧ୍ୟ ହେଲି। ଏ ନେଇ ମୁନାଫ ନିଜ ଫେସବୁକ୍‌ ଫ୍ରୋଫାଇଲରେ ଲେଖିଛନ୍ତି ଯେ, ‘ମୁଁ ସେହି ବ୍ୟକ୍ତି, ଯିଏ ସିଙ୍ଗଡା ବିକ୍ରି ପାଇଁ ଗୁଗୁଲ ଚାକିରି ଛାଡିଛି’।

Share