Posted inଖେଳ

ମୁମ୍ବାଇର ପଞ୍ଚମ ବିଜୟ

ଆବୁଧାବି, ୧୨।୧୦- କ୍ୱିଣ୍ଟନ ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଉଇକେଟ ହରାଇ ୧୬୨ ରନ କରିଥିବାବେଳେ ମୁମ୍ବାଇ ୧୯.୪ ଓଭରରେ ୫ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରି ନେଇଥିଲା। ୭ ମ୍ୟାଚରୁ ପଞ୍ଚମ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି।
ଟାର୍ଗେଟ ବଡ଼ ନ ଥିଲେ ହେଁ ଅଧିନାୟକ ରୋହିତ ଶର୍ମାଙ୍କ ଉଇକେଟ ଶୀଘ୍ର ହରାଇ ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ତେବେ ସୂର୍ଯ୍ୟକୁମାର ଦ୍ୱିତୀୟ ଉଇକେଟରେ ଡିକକ୍‌ଙ୍କ ସହ ୪୬ ଓ ତୃତୀୟ ଉଇକେଟରେ ଇଶାନ କିଶନଙ୍କ ସହ ୫୩ ରନର ଭାଗୀଦାରି ଗଢ଼ି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡିକକ୍‌ ୩୬ ବଲ୍‌ରୁ ୫୩(୪ ଚୌକା, ୩ ଛକା) ଓ ସୂର୍ଯ୍ୟକୁମାର ୩୨ ବଲ୍‌ରୁ ୫୩(୬ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଖାତାଖୋଲିପାରି ନ ଥିବାବେଳେ କିଶନ ୨୮(୧୫ ବଲ, ୨ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। କିରନ ପୋଲାର୍ଡ ୧୧ ଓ କୃନାଲ ପାଣ୍ଡ୍ୟା ୧୨ ରନରେ ଅପରାଜିତ ରହି ୨୦ତମ ଓଭରର ୪ର୍ଥ ବଲ୍‌ରେ ଦଳକୁ ଜିତାଇଥିଲେ। ଦିଲ୍ଲୀ ପକ୍ଷରୁ କାଗିଶୋ ରାବାଡ଼ା ୨ଟି ଏବଂ ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ ଓ ମାର୍କୁସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ପ୍ରଥମ ଓଭରରେ ଇନ୍‌ଫର୍ମ ପୃଥ୍ବୀ ଶ’(୪)ଙ୍କୁ ଆଉଟ କରି ଦିଲ୍ଲୀକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ ଟ୍ରେଣ୍ଟ ବୋଲ୍ଟ। ଚଳିତ ସିଜନରେ ପ୍ରଥମଥରପାଇଁ ସୁଯୋଗ ପାଇଥିବା ଅଜିଙ୍କ୍ୟ ରାହାନେ ମଧ୍ୟ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୧୫ ବଲ୍‌ରୁ ୧୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଭିଜ୍ଞ ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟାର ତୃତୀୟ ଉଇକେଟ ଯୋଡ଼ିରେ ୬୨ ବଲ୍‌ରୁ ୮୫ ରନର ଭାଗୀଦାରି ଗଢ଼ି ଦଳକୁ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର କରାଇଥିଲେ। ୧୦ ଓଭର ବେଳକୁ ଦଳ ୮୦ ରନ ସଂଗ୍ରହ କରି ନେଇଥିଲା। ଆୟାରଙ୍କ ଉଇକେଟ ପତନ ସହ ଯୋଡ଼ି ଭାଙ୍ଗିବାପରେ ଦିଲ୍ଲୀର ରନହାରରେ ଅଙ୍କୁଶ ଲାଗିଥିଲା। ଆୟାର ୩୩ ବଲ୍‌ରୁ ୪୨(୫ ଚୌକା) ରନ କରି ଆଉଟ ହୋଇଥିବାବେଳେ ହାର୍ଡ ହିଟର ମାର୍କୁସ ଷ୍ଟୋଇନ୍ସ ୧୩ ରନ କରି ରନଆଉଟ ହୋଇ ଯାଇଥିଲେ। ଡେଥ୍‌ ଓଭରରେ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍‌ରା ଟାଇଟ୍‌ ବୋଲିଂ କରିଥିଲେ। ଫଳରେ ଧାଓ୍ବନ ୬୯(୫୨ ବଲ, ୬ ଚୌକା, ୧ ଛକା) ଓ ଆହତ ରିଷଭ ପନ୍ତଙ୍କ ସ୍ଥାନରେ ସୁଯୋଗ ପାଇଥିବା ଆଲେକ୍ସ କାରେ ୧୩(୮ ବଲ, ୨ ଚୌକା) ରନରେ ଅପରାଜିତ ରହିଥିଲେ ହେଁ ଦିଲ୍ଲୀ ସ୍କୋର ୨୦ ଓଭରରେ ୧୬୨/୪ରେ ସୀମିତ ରହିଥିଲା। ମୁମ୍ବାଇ ବୋଲରଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ୨ଟି ଓ ବୋଲ୍ଟ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୨/୪(ଧାଓ୍ବନ-୬୯*, ଆୟାର-୪୨, କୃନାଲ୍‌-୨/୨୬, ବୋଲ୍ଟ-୧/୩୬)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୪ ଓଭରରେ ୧୬୬/୫(ଡିକକ୍‌-୫୩, ସୂର୍ଯ୍ୟକୁମାର-୫୩, କିଶନ-୨୮, ରାବାଡ଼ା-୨/୨୮, ଅକ୍ଷର-୧/୨୪, ଅଶ୍ୱିନ-୧/୩୫, ଷ୍ଟୋଇନିସ-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri