ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅଟକ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ପୋଲିସ ଗାଡ଼ିକୁ ଅଟକାଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯୁବତୀ। ଏହି ଯୁବତୀ ଜଣକ ହେଉଛନ୍ତି ମୁମ୍ବାଇର ଜଣାଶୁଣା ମଡେଲ ତଥା ଅଭିନେତ୍ରୀ ରିୟା ଅହିର୍ ।
ହୁଡି ଓ କ୍ୟାପ ପିନ୍ଧି ପୋଲିସକୁ ଅଟକାଇଥିବା ୨୭ବର୍ଷୀୟା ରିୟା ନିଜେ ଜଣେ ଛାତ୍ରୀ ନୁହନ୍ତି, ମାତ୍ର ଛାତ୍ରୀଛାତ୍ରଙ୍କ ସହ ହେଉଥିବା ଅନ୍ୟାୟ ବିରୋଧରେ ସେ ଏହି ପଦକ୍ଷେପ ନେଇଥିଲେ।
ରିୟାଙ୍କ ଏହି ପ୍ରତିବାଦ ପରେ ପୋଲିସ ଗାଡ଼ିରେ ଥିବା ଅନେକ ଅଟକ ପ୍ରଦର୍ଶନକାରୀଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ରିୟାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି।