Categories: ଖେଳ

୨୪ ଘଣ୍ଟାରେ ମୁମ୍ବାଇକୁ ଦ୍ୱିତୀୟ ବଡ଼ ଟାଇଟଲ

ଦିଲ୍ଲ୍ଲୀ,୧୪।୩ : ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଦୁଇଟି ଭିନ୍ନ ଭିନ୍ନ ସ୍ପୋର୍ଟିଂ ଇଭେଣ୍ଟରେ ଦୁଇଟି ଟାଇଟଲ ଅର୍ଜନ କରିଛି। ଶନିବାର ରାତିରେ ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଟାଇଟଲ ଅଧିକାରୀ ହୋଇଥିବା ମୁମ୍ବାଇ ରବିବାର ଅପରାହ୍ନରେ ହାତେଇଛି ବିଜୟ ହଜାରେ ଟ୍ରଫି।

ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ୬ ଉଇକେଟରେ ଉତ୍ତର ପ୍ରଦେଶକୁ ହରାଇ ଦେଇଛି। ମାଧବ କୌଶିକଙ୍କ ୧୫୮ ରନ୍‌ର ଶତକୀୟ ଇନିଂସ ବଳରେ ଉତ୍ତର ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୪ ଉଇକେଟ ହରାଇ ୩୧୨ ରନ୍‌ କରିଥିଲା। ଏହି ଚ୍ୟାଲେଞ୍ଜିଂ ଟାର୍ଗେଟକୁ ହାସଲ କରିବା ପାଇଁ ଅତ୍ୟନ୍ତ ଆଟାକିଂ ବ୍ୟାଟିଂ କରିଥିଲେ ମୁମ୍ବାଇ ଦଳର ଅଧିନାୟକ ପୃଥ୍ବୀ ଶ’। ଚଳିତ ଟୁର୍ନାମେଣ୍ଟରେ ଲଗାତାର ୪ଟି ଶତକ ମାରିଥିବା ପୃଥ୍ବୀ (୭୩) ଏଥର ବିଫଳ ହୋଇଥିଲେ। ହେଲେ ତାଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସରେ ଥିଲା ୧୦ ଚୌକା ଓ ୪ ଛକା। ଆଉ ଆଦିତ୍ୟ ତାରେଙ୍କ ୧୧୮ ରନ୍‌ର ଅପରାଜିତ ପାଳି ବଳରେ ମୁମ୍ବାଇ ୪୧.୩ ଓଭରରେ ହିଁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଉଲ୍ଲେଖଥାଉ କି, ମାର୍ଗାଓ ଠାରେ ଖେଳାଯାଇଥିବା ଆଇଏସ୍‌ଏଲ ଫାଇନାଲରେ ମୁମ୍ବାଇ ସିଟି ୨-୧ ଗୋଲରେ ଏଟିକେ ମୋହନବାଗାନକୁ ହରାଇ ଦେଇଛି।

Share