Posted inଜାତୀୟ

ଜି-୨୦ ସମ୍ମିଳନୀ: ଗାଡ଼ି ଚଳାଚଳ ନେଇ ଆଡଭାଇଜରୀ ଜାରି କଲା ପୋଲିସ

ମୁମ୍ବାଇ,୧୨।୧୨: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ତାଜ ହୋଟେଲରେ ଡିସେମ୍ବର ୧୩ରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। ଏହି ଆଡଭାଇଜରୀ ଅନୁଯାୟୀ, ଦକ୍ଷିଣ ମୁମ୍ବାଇର ଅନେକ ରାସ୍ତା ଡିସେମ୍ବର ୧୨ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ଦିନ ଅନ୍ୟ ରାସ୍ତା ଦେଇ ଯିବାକୁ ମୁମ୍ବାଇ ଟ୍ରାଫିକ ପୋଲିସ ପରାମର୍ଶ ଦେଇଛି। ଫଳରେ ଲୋକମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଟ୍ରାଫିକ ପୋଲିସର ସୂଚନାନୁସାରେ, ବନ୍ଦ ଥିବା ରାସ୍ତାରେ କୌଣସି ଗାଡି ଚଳାଚଳ ନିଷେଧ ରହିବ। ତେବେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଯାନ ଚଳପ୍ରଚଳ କରିପାରିବ। ଏହି ତାରିଖଗୁଡିକ ମଧ୍ୟରେ ଅନେକ ରାସ୍ତା ବନ୍ଦ ଯୋଗୁ ଲୋକଙ୍କୁ ଟ୍ରାଫିକ ଜାମ୍‌ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏଭଳି ପରିସ୍ଥିତିରେ ଲୋକମାନେ ଜାମ୍‌କୁ ଏଡାଇବା ପାଇଁ ଉଲ୍ଲେଖ କରାଯାଇଥିବା ବିକଳ୍ପ ମାର୍ଗ ନେବା ଉଚିତ୍‌ ବୋଲି ମୁମ୍ବାଇ ଟ୍ରାଫିକ ପୋଲିସ କହିଛି। ଏହି ସମସ୍ତ ମାର୍ଗ ଡିସେମ୍ବର ୧୩ ମଧ୍ୟାହ୍ନ ୧୨ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ରିଗଲ ଜଙ୍କସନରୁ ଛତ୍ରପତି ଶିବାଜୀ ମାର୍ଗ ଜଙ୍କସନ ପର୍ଯ୍ୟନ୍ତ ବନ୍ଦ ରହିବ। ଅନ୍ୟପଟେ ବିକଳ୍ପ ମାର୍ଗ ଭାବେ ରିଗାଲ ସର୍କଲରୁ ଦକ୍ଷିଣରେ ଥିବା ମହାକାବୀ ଭୂଷଣ ମାର୍ଗ, ତାଜ ପ୍ୟାଲେସ, ବୋମନ, ବେହେରା ରୋଡ, ଅଲଭା ଛକ, ଇଲେକ୍ଟ୍ରିକ୍‌ ହାଉସ, ଆଜମି ରୋଡ, ଭିଣ୍ଡ ଭଜନ ମନ୍ଦିର ଆଦି ମାର୍ଗ ଖୋଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: କରୋନା ସଙ୍କଟକୁ ନେଇ ଏବେ ଦେଶରେ ଚାଲିଛି ଲକ୍‌ଡାଉନ ୩.୦। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି...

ଗୋଟିଏ ମିଶନ ପାଇଁ ୩୦ ଲୋକଙ୍କୁ ୨ ଦିନ

ଥାଣେ,୧୬।୨: ମହାରାଷ୍ଟ୍ରର ଥାଣେ ଜିଲାରେ ଏକ ଚିତାବାଘର ମୁଣ୍ଡ ଏକ ପ୍ଲାଷ୍ଟିକ୍‌ ପାଣି କ୍ୟାନରେ ଫଶି ଯାଇଥିଲା। ପଶୁ କଲ୍ୟାଣ ଗୋଷ୍ଠୀଠାରୁ ଆରମ୍ଭ କରି ଜଙ୍ଗଲ...

୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର୍ସ, ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନେଲେଣି କରୋନା ‘ପ୍ରିକଶନ ଡୋଜ’: ମାଣ୍ଡବିୟ

ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀକୁ ହରାଇବାର ଏକମାତ୍ର ଉପାୟ ଭ୍ୟାକ୍ସିନ ବୋଲି କୁହାଯାଉଛି । ଯେଉଁମାନେ ୨ଟି ଡୋଜ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନେ ଏବେ...

ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୨୫।୧୨: ନୂଆଦିଲ୍ଲୀରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ମାତ୍ର ୨.୩ ଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।...

କେଜ୍‌ରିଓ୍ବାଲଙ୍କ କ୍ଲିନ୍‌ ସୁଇପ୍‌

ନୂଆଦିଲ୍ଲୀ,୧୨ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଜବରଦସ୍ତ ବିଜୟ ସହ ପୁଣିଥରେ ସରକାର ଗଢ଼ିବାକୁ ଯାଉଛି। ୭୦...

କଂଗ୍ରେସକୁ ବଡ଼ ଝଟ୍‌କା

ଶିଲଂ,୧୯।୧୨: ମେଘାଳୟର ପୂର୍ବ ଶିଲୋଙ୍ଗ ବିଧାୟକ ଅମ୍ପାରିନ ଲିଙ୍ଗଡୋ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍‌ କରି କଂଗ୍ରେସରୁ ଆନୁଷ୍ଠାନିକ...

ଅକ୍ସିଜେନ୍‌ ଅଭାବରୁ ୨୪ ଘଣ୍ଟାରେ ୨୪ ରୋଗୀଙ୍କ ଜୀବନ ଗଲା

ବେଙ୍ଗାଲୁରୁ,୩।୫: କର୍ନାଟକର ଚାମରାଜନଗର ଜିଲାରେଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଥିବା ଜିଲା ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ରୋଗୀଙ୍କ ମୃତ୍ୟୁ ଘଟିଛି।...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଆବେଦନ: ଶୁଣାଣି ଅକ୍ଟୋବର ୧ରୁ; ଗଠନ ହେଲା ସାମ୍ବିଧାନିକ ପୀଠ

ନୂଆଦିଲ୍ଲୀ,୨୮।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ଅକ୍ଟୋବର ୧ରୁ ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେବ। ଏନେଇ ସାମ୍ବିଧାନିକ ପୀଠ ଗଠନ କରାଯାଇଛି। ବିଚାରପତି...

Advertisement
Archives

Model This Week