Categories: ଜାତୀୟ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି

ମୁମ୍ବାଇ,୧୮ ।୯: ନିକଟରେ ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ୬ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଦେଶରେ ହେବାକୁ ଯାଉଥିବା ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଥିଲା । ହେଲେ ଏମାନଙ୍କ ମଧ୍ୟରେ ମୁମ୍ବାଇ ଧରାବିର ଜଣେ ସନ୍ଦିଗ୍ଧ ରହିଥିବାରୁ ଏବେ ମୁମ୍ବାଇ ପ୍ରତି ବିପଦ ଆଶଙ୍କା ଅଧିକ ଥିବା ଅନୁମାନ କରାଯାଇଛି । ଦିଲ୍ଲୀ ସ୍ପେଶାଲ ସେଲର ସୂତ୍ରରୁ ମିଳିଥବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସନ୍ଦଗ୍ଧ ଆତଙ୍କବାଦୀ ମୁମ୍ବାଇ ଟ୍ରେନ୍ ସମେତ ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣକୁ ସଫଳ କରିବା ଯୋଜନାରେ ରହିଛି । ଏ ସମ୍ପର୍କରେ ରେଲୱେ ପୋଲିସ ବା ଜିଆର୍‌ପିକୁ ଏଜେନ୍ସି ନିକଟରୁ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ସୂଚନା ମିଳିଛି । ଏବେ ଗୁଇନ୍ଦା ସଂସ୍ଥା ଜିଆର୍‌ପି ପୋଲିସକୁ ଟ୍ରେନ୍‌ରେ ଗ୍ୟାସ ଆଟାକ ବା ପ୍ଲାଟଫର୍ମରେ ଭିଡ ଯାତ୍ରୀଙ୍କ ମଧ୍ୟରେ ଗାଡି ମଡାଇ ଦେବା ଭଳି ଯୋଜନା ଆତଙ୍କବାଦୀମାନେ କରି ଥାଇପାରନ୍ତି ବୋଲି କୁହାଯାଇଛି । ଏହି ସୂଚନା ମିଳିବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଜିଆରପି ପୋଲିସ । ମୁମ୍ବାଇର ପ୍ରାୟ ସମସ୍ତ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । କିଛି ଏଣ୍ଟ୍ରି ଓ ଏକ୍‌ଜିଟକୁ ବନ୍ଦ ବି କରି ଦିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଆର୍‌ପି ଲାଇଭ୍ ପୋଲିସ ମକଡ୍ରିଲ ଆରମ୍ଭ କରି ଦେଇଥିବା ବେଳେ ମଝିରେ ମଝିରେ ବମ୍ ସ୍କାଡ ଓ ଡଗ୍ ସ୍କାଡର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି ।

Share