Posted inଜାତୀୟ

ଦିଲ୍ଲୀ ପରେ ମୁମ୍ବାଇର ବାୟୁ ପ୍ରଦୂଷଣ: ଫୁସ୍‌ଫୁସ୍‌ ହେଉଛି ସଂକ୍ରମିତ

ମୁମ୍ବାଇ,୧୩।୧୨: ରାଜଧାନୀ ଦିଲ୍ଲୀ ପରେ ବର୍ତ୍ତମାନ ମୁମ୍ବାଇରେ ବାୟୁ ପ୍ରଦୂଷିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ ଏକ ମାସ ହେଲା ମୁମ୍ବାଇର ବାୟୁ ଅତ୍ୟନ୍ତ ପ୍ରଦୂଷିତ ହୋଇଛି। ଏହି ମହାନଗରର ଅବସ୍ଥା ମଧ୍ୟ ଦିଲ୍ଲୀର ଅବସ୍ଥା ଭଳି ରହିଛି। ସିଷ୍ଟମ୍‌ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ମହାରାଷ୍ଟ୍ରର ମୁମ୍ବାଇରେ ବତ୍ତର୍ମାନ ବାୟୁର ଗୁଣବତ୍ତା ଖରାପ ଶ୍ରେଣୀରେ ଅର୍ନ୍ତଭୁକ୍ତ। ଗୁରୁବାର ସକାଳେ ଅର୍ଥାତ୍‌ ୮ଡିସେମ୍ବରରେ ମୁମ୍ବାଇର ବାୟୁ ଗୁଣବତ୍ତା ଦିଲ୍ଲୀଠାରୁ ଅତ୍ୟନ୍ତ ଖରାପ ରହିଥିଲା। ସେହିପରି ଶୁକ୍ରବାର ବିଳମ୍ବିତ ରାତି ଅର୍ଥାତ୍‌ ଡିସେମ୍ବର ୯ରେ ଦିଲ୍ଲୀର ବାୟୁ ଗୁଣବତ୍ତା ଏକ୍ୟୁଆଇ ଅନୁସାରେ ୨୪୯ ରେକର୍ଡ ହୋଇଥିବା ବେଳେ ମୁମ୍ବାଇରେ ଏହା ୩୦୯ ରହିଥିଲା। ଯାହା ଅତ୍ୟନ୍ତ ଖରାପ୍‌ ଶ୍ରେଣୀର ବୋଲି ସୂଚାଇଥାଏ। ଅନ୍ୟପଟେ ସୋମବାର ଅର୍ଥାତ୍‌ ଡିସେମ୍ବର ୧୨ରେ ମୁମ୍ବାଇରେ ଏକ୍ୟୁଆଇ ୨୨୫ ରେକର୍ଡ କରାଯାଇଛି। ଯାହା ରାଜଧାନୀ ଦିଲ୍ଲୀ ତୁଳନାରେ ଅତ୍ୟନ୍ତ ଖରାପ୍‌। ଦିଲ୍ଲୀର ବାୟୁ ଗୁଣବତ୍ତା ସୋମବାର ୧୫୨ ରହିଥିଲା, ଯାହା ମଧ୍ୟମ ଶ୍ରେଣୀର। ତେବେ ମୁମ୍ବାଇରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସିଷ୍ଟମ୍‌ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ କର୍ତ୍ତୃପକ୍ଷ ଲୋକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ବାୟୁ ପ୍ରଦୂଷଣ ଦ୍ୱାରା ମୁମ୍ବାଇରେ ଫୁସ୍‌ଫୁସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଡକ୍ଟର ଛାୟା ୱାଜା କହିଛନ୍ତି। ଅନ୍ୟପଟେ ମୁମ୍ବାଇର ବାୟୁ ଏତେ ପ୍ରଦୂଷିତ ହେବା ଏହା ପ୍ରଥମ ଘଟଣା ନୁହେଁ। କିନ୍ତୁ ଏହାପୂର୍ବରୁ ବାୟୁ ପ୍ରଦୂଷଣ ଏହି ମହାନଗରରେ ଦିନେ କିମ୍ବା ଦୁଇ ଦିନରୁ ଅଧିକ ରୁହେ ନାହିଁ। ହେଲେ ବର୍ତ୍ତମାନ ଏକ ମାସରୁ ଊର୍ଦ୍ଧ୍ୱ ହେବ ବାୟୁ ଗୁଣବତ୍ତା ସୁଧୁରୁ ନ ଥିବା ବେଳେ ସ୍ବାସ୍ଥ୍ୟକୁ ନେଇ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri