Posted inଜାତୀୟ

୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା

ମୁମ୍ବାଇ, ୨୭।୫: ସଅଳ ମୌସୁମୀ ସହ ଲଗାଣ ବର୍ଷା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଜନଜୀବନକୁ ପ୍ରଭାବିତ କରିଛି। ଚଳିତ ମାସରେ ମୁମ୍ବାଇରେ ହୋଇଥିବା ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି। ଲଗାଣ ବର୍ଷା ଯୋଗୁ ସୋମବାର ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରରେ ଦୈନନ୍ଦିନ ଜୀବନଯାତ୍ରାରେ ବାଧା ଉପୁଜିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ମୁମ୍ବାଇରେ ପହଞ୍ଚିଛି। ଗତ ୬୯ ବର୍ଷ ମଧ୍ୟରେ ମୁମ୍ବାଇରେ ମୌସୁମୀର ଆଗମନ ସବୁଠାରୁ ଶୀଘ୍ର ହୋଇଥିବା ଆଇଏମ୍‌ଡି କହିଛି। ମହାରାଷ୍ଟ୍ର ରାଜ୍ୟ ପାଣିପାଗ ବିଭାଗ ଅନୁଯାୟୀ, ସାଧାରଣତଃ ମୁମ୍ବାଇରେ ଜୁନ୍‌ ୧୧ରେ ମୌସୁମୀ ପହଞ୍ଚିଥାଏ। ତେବେ ଚଳିତ ଥର ୧୬ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି। ପୂର୍ବରୁ ୧୯୫୬, ୧୯୬୨ ଏବଂ ୧୯୭୧ରେ ମେ’ ୨୯ରେ ମୌସୁମୀ ମୁମ୍ବାଇ ଛୁଇଁଥିଲା। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆକଳନ କରି ଆଇଏମ୍‌ଡି ପକ୍ଷରୁ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଜିଲା ଠାଣେ, ରାୟଗଡ଼ ଏବଂ ରତ୍ନଗିରି ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି।
ବର୍ଷା ଯୋଗୁ ସହରର ପରିବହନ ଏବଂ ବିମାନ ଚଳାଚଳ ସେବା ବାଧାପ୍ରାପ୍ତ ହୋଇଛି। ମୁମ୍ବାଇରେ ୨୫୦ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ପାଇସ୍‌ଜେଟ ଏବଂ ଏୟାରଇଣ୍ଡିଆ ଏୟାରଲାଇନ୍ସ ପକ୍ଷରୁ ନିଜ ପାସେଞ୍ଜରଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ମୁମ୍ବାଇକୁ ଯାଉଥିବା କିମ୍ବା ମୁମ୍ବାଇରୁ ଆସୁଥିବା ଯାତ୍ରୀମାନେ ନିଜ ନିଜ ଫ୍ଲାଇଟ ଷ୍ଟାଟସ୍‌ ଉପରେ ନଜର ରଖିବାକୁ ଏୟାରଲାଇନ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ସହରର ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। ନବନିର୍ମିତ ଓ୍ବର୍ଲି ଭୂତଳ ମେଟ୍ରୋ ଷ୍ଟେଶନରେ ପାଣି ପଶି କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇର ବିଭିନ୍ନ ସ୍ଥାନରେ ଥିବା ରେଳ ଟ୍ରାକ୍‌ରେ ପାଣି ଜମିଥିବାରୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍‌ ବିଳମ୍ବରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଛି। ସହରର କୁର୍ଲା, ସିଓନ, ଦାଦର, ପାରେଲ ଆଦି ତଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ମଧ୍ୟରେ ବ୍ରିହନ୍‌ମୁମ୍ବାଇ ମ୍ୟୁନିସପାଲ କର୍ପୋରେଶନ (ବିଏମ୍‌ସି) ଏବଂ ମହାରାଷ୍ଟ୍ର ହାଉସିଂ ଆଣ୍ଡ୍‌ ଏରିଆ ଡେଭଲପ୍‌ମେଣ୍ଟ ଅଥରିଟି (ଏମ୍‌ଏଚ୍‌ଏଡିଏ) ପକ୍ଷରୁ ସହରରେ ଥିବା ୯୬ଟି କୋଠାକୁ ବର୍ଷାଋତୁ ପାଇଁ ବିପଜ୍ଜନକ ଚିହ୍ନଟ କରାଯାଇ, ସେଠାରେ ରହୁଥିବା ୩,୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ମୁମ୍ବାଇରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?