ହଠାତ୍‌ ସଲମାନଙ୍କ ଘରେ ପହଞ୍ଚିଲା ମୁମ୍ବାଇ ପୋଲିସ

ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପୁଣି ଥରେ ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ। ସୋମବାର ପଚରାଉଚରା ପାଇଁ ମୁମ୍ବାଇ ପୋଲିସର ଏକ ଟିମ ସଲମାନଙ୍କ ଘରେ ପହଞ୍ଚିଥିଲା। ସୁରକ୍ଷା ସମୀକ୍ଷା କରିବା ପରେ ପୋଲିସ ସେଠାରୁ ଫେରିଛି। ମୁମ୍ବାଇ ପୋଲିସ ଏହାକୁ ଏକ ରୁଟିନ୍‌ ପ୍ରକ୍ରିୟା ବୋଲି କହିଛି। ମୁମ୍ବାଇ ପୋଲିସର ଏକ ଟିମ ଖୁବ ଶୀଘ୍ର ପଞ୍ଜାବ ଯାଇ ସେଠାରେ ସଲମାନ ମାମଲାରେ ପଚରାଉଚରା କରିବେ।
କିଛି ଦିନ ତଳେ ସଲମାନଙ୍କ ପିତା ସଲିମ ଖାନ ପାର୍କରେ ଏକ ଚିଠି ପାଇଥିଲେ। ଚିଠିରେ ଲେଖାଥିଲା – ଆପଣଙ୍କ ଅବସ୍ଥା ମଧ୍ୟ ମୂସେୱାଲା ପରି ହେବ। ଏହି ଘଟଣା ପରେ ସଲମାନ ଖାନଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା। ଗତ ମେ ୨୯ରେ, ପଞ୍ଜାବର ମାନସା ଜିଲାରେ ପଞ୍ଜବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Share