ନ୍ୟୁଡ୍‌ ଫଟୋ ମାମଲା: ଅଗଷ୍ଟ ୨୨ରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ୍‌

ମୁମ୍ବାଇ,୧୨।୮: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ନ୍ୟୁଡ ଫଟୋଶୁଟ୍‌ ହେବାର ଦୀର୍ଘ ଦିନ ବିତିଥିଲେ ମଧ୍ୟ ତାଙ୍କ ଅଡ଼ୁଆ ଥମିବାର ନିଁ ନେଉନି। ଇତିମଧ୍ୟରେ ଶୁକ୍ରବାର ମୁମ୍ବାଇ ପୋଲିସ ରଣବୀର ସିଂଙ୍କୁ ଏକ ନୋଟିସ୍‌ ପଠାଇଛି। ନ୍ୟୁଡ୍‌ ଫଟୋଶୁଟ ମାମଲାରେ ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ପୋଲିସ ଏହି ନୋଟିସ୍‌ ପଠାଇଛି। ଉକ୍ତ ନୋଟିସ୍‌ରେ ଅଗଷ୍ଟ ୨୨ରେ ରଣବୀରଙ୍କୁ ଚେମ୍ବୁର ପୋଲିସ ଷ୍ଟେସନରେ ହାଜର ହୋଇ ନିଜର ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ରହିଛି।

Share