ଲୋକଙ୍କୁ ଠକି ଗିରଫ ହେଲେ ଅଭିନେତା ସଲମାନ୍‌

ଟିଭି ସିରିଏଲରେ କାମ କରିସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି। ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସଲମାନ ‘ଛତ୍ରପତି ରାଜା ଶିବାଜୀ’, ‘ସାବଧାନ ଇଣ୍ଡିଆ’ ପରି ଧାରାବାହିକରେ କାମ କରିସାରିଛନ୍ତି। ସେ ୨ଟି ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
ସୂଚନାନୁଯାୟୀ, ସଲମାନ୍‌ ମୁମ୍ବାଇରେ ବିମାନ ଯୋଗେ ୟୁପି, ଉତ୍ତରାଖଣ୍ଡ ଏବଂ ଉତ୍ତର ଭାରତର ଅନ୍ୟ ସହରକୁ ଯାଉଥିଲେ। ସେଠାରେ ନକଲି ପୋଲିସ ବେଶରେ ଲୋକଙ୍କୁ ଠକୁଥିଲେ। ଟିଭି ଏବଂ ଫିଲ୍ମରେ କାମ କରିବା ପାଇଁ ସେ ସେଠାରୁ ପୁଣି ମୁମ୍ବାଇ ଫେରୁଥିଲେ।

Share