Categories: ଜାତୀୟ

ରିପବ୍ଲିକ ଟିଭିର ସିଇଓ ଗିରଫ

ମୁମ୍ବାଇ,୧୩।୧୨: ରିପବ୍ଲିକ ମିଡିଆ ନେଟୱର୍କର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଗିରଫର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁି। ନିକଟରେ ପୁଲିସ ରିପବ୍ଲିକ ଟିଭିର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୋଲିସ ଟିଆରପି ମାମଲାରେ ଗିରଫ କରିଥିଲା। ରିପବ୍ଲିକ ଟିଭିର ସମ୍ପାଦକ ତଥା ମ୍ୟାନେଜିଂ ଏଡିଟର ଅର୍ଣ୍ଣବ ଗୋସ୍ବାମୀ ବିକାଶଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି। ଗିରଫ କରିବା ବେଳେ ପୋଲି କୌଣସି କାଗଜପତ୍ର ଦେଖାଇ ନ ଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଦୁର୍ନୀତିର ତଦନ୍ତ ସଂପର୍କରେ ରିପବ୍ଲିକ ଟିଭି ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ଗିରଫ କରାଯାଉଥିବା କୁହାଯାଉଛି। ଅକ୍ଟୋବରରେ ଏହି ନକଲି ଟିଆରପି ସ୍କାମ ସାମ୍ନାକୁ ଆସିଥିଲା। ରେଟିଂ ଏଜେନ୍ସି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉଂସିଲ(ବାର୍କ) ହନସା ରିସର୍ଚ୍ଚ ଗ୍ରୁପ ମାଧ୍ୟମରେ ଅଭିଯୋଗ ଦାଖଲ କରିଥିଲା। ଅଭିଯୋଗ ହୋଇଥିଲା ଯେ କେତେକ ଟେଲିଭିଜନ ଚ୍ୟାନେଲ ଟିଆରପି ଆକଳନରେ ଘୋଟାଲା କରୁଛନ୍ତି। ପୋଲିସର ସୂଚନାନୁସାରେ, ରିପବ୍ଲିକ ଟିଭି ଏବଂ ଅନ୍ୟ କେତେକ ଚ୍ୟାନେଲ ଦେଖିବା ପାଇଁ ଲାଞ୍ଚ ଦିଆଯାଉଥିଲା।

Share