Categories: ଜାତୀୟ

ନୁପୂରଙ୍କୁ ଖୋଜୁଛି ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ,୧୮ା୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୂର ଶର୍ମାଙ୍କୁ ମୁମ୍ବାଇ ପୋଲିସ ଖୋଜି ଖୋଜି ରାଜଧାନୀ ଦିଲ୍ଲୀରେ ଯାଇ ପହଞ୍ଚତ୍ଛି। ଇସଲାମ୍‌ ଧର୍ମ ପ୍ରବର୍ତ୍ତକ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଏକାଧିକ ସ୍ଥାନରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଇଛି। ତେବେ ମୁସଲମାନ ସଂଗଠନ ରାଜା ଏକାଡେମୀର ଯୁଗ୍ମ ସଚିବ ଇରଫାନ୍‌ ଶେଖ୍‌ ମୁମ୍ବାଇ ପୋଲିସ ଷ୍ଟେଶନରେ ଅଭିଯୋଗ କରିବା ପରେ ପୋଲିସ ନୁପୂରଙ୍କୁ ଖୋଜିବା ଆରମ୍ଭ କରିଛି। ଅନ୍ୟପଟେ ନୁପୂରଙ୍କ ଗିରଫ କରିବା ପାଇଁ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ଥିବା ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଲଗାତର ୫ ଦିନ ଧରି ରାଜଧାନୀରେ ମୁମ୍ବାଇ ପୋଲିସ ଡେରା ପକେଇ ରହିଛି।

Share