Categories: ଜାତୀୟ

ୟୁପିରେ ୧୬ ଜାନୁୟାରୀ, ମହାରାଷ୍ଟ୍ରରେ ୧୫ ଫେବୃୟାରୀ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ,୬ ।୧: ମୁମ୍ବାଇରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଦ୍ୱିତୀୟ ଲହର ସଂକ୍ରମର ସୀମାକୁ ଅତିକ୍ରମ କଲାଣି । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୫୧୬୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ୩ ଜଣଙ୍କ ମୃତ୍ୟୁ ବି ହୋଇଛି । ଏପ୍ରିଲ ୨୦୨୧ରେ ଦ୍ୱିତୀୟ ଲହର ସମୟରେ ୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମଣ ଥିଲା ୧୧୨୦୬ ହେଲେ ଏବେକାର ସଂକ୍ରମଣ ଏହାକୁ ଅତିକ୍ରମ କରିଯାଇଛି । ଏହାସହ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫୩ରେ ପହଞ୍ଚିଛି । ବିଶେଷଜ୍ଞଙ୍କ କହିବା କଥା ହେଲା ମୁମ୍ବାଇରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ହୋଇସାରିଲାଣି । ଯଦି ଦୈନିକ ସଂକ୍ରମଣ ୨୦ହଜାର ଉପରକୁ ଯାଏ ତେବେ ଲକଡାଉନ କଥା ଚିନ୍ତା କରାଯିବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି । ଏପଟେ ଉତ୍ତର ପ୍ରଦେଶରେ ବି କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବାରୁ ଜାନୁୟାରୀ ୧୬ ପର୍ଯ୍ୟନ୍ତ ସ୍କଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Share