Categories: ଜାତୀୟ

ଟ୍ରେନରେ ଚୁମ୍ବନ ଦେବା ପଡିଲା ମହଙ୍ଗା

ମୁମ୍ବାଇ,୩।୪:ଟ୍ରେନ୍‌ରେ ଯୁବତୀଙ୍କୁ ଚୁମ୍ବନ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ତାଙ୍କୁ କୋର୍ଟ ତାଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ଏହି ମାମଲାରେ ସର୍ବାଧିକ ଦଣ୍ଡ ପାଞ୍ଚ ବର୍ଷ ଜେଲ ରହିଛି, କିନ୍ତୁ କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ମାତ୍ର ଏକ ବର୍ଷ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ ବୋଲି କୋର୍ଟ କହିଛନ୍ତି।
୨୦୧୫ରେ ୩୭ ବର୍ଷୀୟ ଜଣେ ବ୍ୟବସାୟୀ ମୁମ୍ବାଇର ଲୋକାଲ ଟ୍ରେନ୍‌ରେ ଯାତ୍ରା କରିବା ବେଳେ ଜଣେ ଯୁବତୀଙ୍କୁ କିସ କରିଦେଇଥିଲେ। ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ନିକଟରେ ମାମଲାର ଶୁଣାଣ କୋର୍ଟ କରି ଯୁବକଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି। ଅଭିଯୁକ୍ତ ବ୍ୟବସାୟୀ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ସେ ଉଦ୍ଦେଶ୍ୟମୂଳକ ଭାବେ ଯୁବତୀ ଜଣଙ୍କୁ କିସ କରିନାହାଁନ୍ତି। ବରଂ ପାଖରେ ଠିଆ ହୋଇଥିବା ବ୍ୟକ୍ତି ତାଙ୍କୁ ଠେଲି ଦେଇଥିଲେ। ଏହା ପରେ ସେ ସାମ୍ନାରେ ବସିଥିବା ଯୁବତୀଙ୍କ ଉପରେ ପଡ଼ିଯାଇଥିଲେ ଏବଂ ତାଙ୍କ ଓଠ ଯୁବତୀଙ୍କ ଗାଲରେ ବାଜିଥିଲା। କିନ୍ତୁ କୋର୍ଟ ସମସ୍ତ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଦଣ୍ଡ ଶୁଣାଇଛନ୍ତି।

Share