Posted inଖେଳ

ମୁମ୍ବାଇ ଇଣ୍ଡିଆନ୍ସର ସହଜ ବିଜୟ

ମୁମ୍ବାଇ,୯ା୩ : ଡକ୍ଟର ଡି. ଓ୍ବାଇ. ପାଟିଲ ସ୍ପୋଟର୍‌ସ ଏକାଡେମିରେ ଗୁରୁବାର ଖେଳାଯାଇଥିବା ମହିଳା ପ୍ରିମିୟର୍‌ ଲିଗ୍‌ରେ ୭ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟରେ ବିଜୟୀ ହୋଇଛି।

ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୦୫ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ସହ ୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି।

ମୁମ୍ବାଇ ଇଣ୍ଡିଆନ୍ସର ପର୍ପଲ କ୍ୟାପଧାରୀ ସାଇକା ଇସାକ ଓ ଇସି ୟଙ୍ଗଙ୍କ ଘାତକ ବୋଲିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୩୧ ରନ୍‌ରେ ୩ ଉଇକେଟ ହରାଇଥିଲା। ଅଧିନାୟିକା ମେଗ୍‌ ଲାନିଙ୍ଗ(୪୩) ଓ ଜେମିମା ରୋଡ୍ରିଗୁଏଜ୍‌(୨୫) ଚତୁର୍ଥ ଉଇକେଟରେ ୩୪ ବଲ୍‌ରୁ ୫୦ ରନ୍‌ ଯୋଡିଥିଲେ। ଲାନିଙ୍ଗ ୪୧ ବଲ୍‌ ଖେଳି ୫ ଚୌକା ମାରିଥିବା ବେଳେ ଜେମିମା ୧୮ ବଲ୍‌ ଖେଳି ୩ ଚୌକା ମାରିଥିଲେ। ୧୩ ତମ ଓଭର ବୋଲିଂ କରିବାକୁ ଆସିଥିବା ସାଇକା ମାତ୍ର ୪ ବଲ୍‌ ବ୍ୟବଧାନରେ ଉଭୟ ଖେଳାଳିଙ୍କୁ ଆଉଟ କରି ବିପର୍ଯ୍ୟୟ ଘଟାଇଥିଲେ। ୮୧ ରନରେ ୩ ଉଇକେଟ ହରାଇଥିବା କ୍ୟାପିଟାଲ୍ସ ୨୪ ରନ୍‌ରେ ୭ ଉଇକେଟ ହରାଇବ ୧୮ ଓଭରରେ ୧୦୫ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଇସି ୟଙ୍ଗ ୧୦ ରନ୍‌ରେ ୩ ଉଇକେଟ ନେଇଥିବା ବେଳେ ସାଇକା ୧୩ ଓ ହିଲି ମାଥ୍ୟୁସ୍‌ ୧୯ ରନ୍‌ରେ ୩ ଉଇକେଟ ନେଇଥିଲେ। ୧୦୬ ରନ୍‌ ଜବାବରେ ୟାସ୍ତିକା ଭାଟିଆ ୪୧ ଓ ହିଲି ମାଥ୍ୟୁସ ୩୨ ପ୍ରଥମ ଉଇକେଟରେ ୬୫ ରନ୍‌ ଯୋଡିଥିଲେ। ୟାସ୍ତିକା ୩୨ ବଲ୍‌ ଖେଳି ୮ ଚୌକା ମାରିଥିଲେ। ମାଥ୍ୟୁସ୍‌ ୩୧ ବଲ୍‌ ଖେଳି ୬ ଚୌକା ମାରିଥିଲେ। ନାଟାଲି ସ୍କିଭର ବ୍ରଣ୍ଟ ୨୩ ଓ ହରମନପ୍ରୀତ କୌର ୧୧ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ। ଦିଲ୍ଲୀର ଟାରା ନୋରିସ୍‌ ଓ ଆଲିସ୍‌ କାପ୍‌ସି ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri