Categories: ଖେଳ

ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ, ୨୦।୪: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା କଷ୍ଟକର, ଯାହାକି ପୂର୍ବ କିଛି ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ରୋହିତ ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଦଳକୁ ଦୀର୍ଘ ଦିନ ପରେ ଫେରିଛନ୍ତି ଜୟନ୍ତ ଯାଦବ। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିଛି। ଲେଗ୍‌ ସ୍ପିନର ଅମିତ ମିଶ୍ରା ଓ ଶିମରନ ହେଟମାୟର ଦଳରେ ସ୍ଥାନ ପାଇଛନ୍ତି।

Share