Posted inଖେଳ

ମୁମ୍ବାଇକୁ ବଡ଼ ଝଟକା: ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପ୍ରତିବନ୍ଧକ, ଖେଳିପାରିବେନି ମ୍ୟାଚ

ନୂଆଦିଲ୍ଲୀ,୧୨।୩: ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି। ଜସପ୍ରିତ ବୁମ୍‌ରା ଆଘାତ ଯୋଗୁ କିଛି ମ୍ୟାଚରୁ ବାହାରେ ରହିପାରନ୍ତି ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିବନ୍ଧକ ଯୋଗୁ ଆଇପିଏଲର ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ୨୩ ମାର୍ଚ୍ଚରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲର ପ୍ରଥମ ମ୍ୟାଚ ଖେଳିବ। ଆପଣ ନିଶ୍ଚୟ ଭାବୁଥିବ ଯେ ଆଇପିଏଲ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ତେବେ ହାର୍ଦ୍ଦିକଙ୍କୁ କାହିଁକି ବ୍ୟାନ କରାଯାଇଛି? ତେବେ ଆସନ୍ତୁ ଜାଣିବା…

ହାର୍ଦ୍ଦିକ ପାଣ୍ଡ୍ୟା ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ତାଙ୍କ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ୨୦୨୧ପର୍ଯ୍ୟନ୍ତ ଏହି ଫ୍ରାଞ୍ଚାଇଜର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ୨୦୨୨ରେ, ସେ ଗୁଜରାଟ ଟାଇଟାନ୍ସ ପାଇଁ ଅଧିନାୟକ ଭାବରେ ଖେଳିଥିଲେ ଏବଂ ତାଙ୍କର ପ୍ରଥମ ବର୍ଷରେ ହିଁ ସେମାନଙ୍କୁ ଚାମ୍ପିୟନ କରାଇଥିଲେ। ୨୦୨୩ରେ ମଧ୍ୟ ତାଙ୍କ ଅଧିନାୟକତ୍ୱରେ, ସେ ଗୁଜରାଟକୁ ଫାଇନାଲରେ ପହଞ୍ଚାଇଥିଲେ, ଯେଉଁଠାରେ ତାଙ୍କ ଦଳ ସିଏସ୍‌କେଠାରୁ ପରାସ୍ତ ହୋଇଥିଲା। ଗୁଜରାଟ ପାଇଁ ୨ଟି ସିଜିନ ଖେଳିବା ପରେ, ସେ ନଭେମ୍ବରରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ ଏବଂ ଆଇପିଏଲ ୨୦୨୪ରେ ମୁମ୍ବାଇର ଦାୟିତ୍ୱ ନେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲେ। ଏହି ସମୟ ମଧ୍ୟରେ, ଦଳକୁ ସ୍ଲୋ ଓଭର ରେଟ୍‌ ପାଇଁ ତିନିଥର ଜରିମାନା ଦିଆଯାଇଥିଲା। ଯେତେବେଳେ ଅଧିନାୟକ ପ୍ରଥମ ଥର ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଦିଆଯାଏ। ଯଦି ଏହା ଦ୍ୱିତୀୟ ଥର ପାଇଁ ହୁଏ, ତେବେ ଅଧିନାୟକ ଏବଂ ଅନ୍ୟ ୨୪ ଜଣ ଖେଳାଳିଙ୍କୁ ୧୨-୧୨ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ ପଡିବ। ତୃତୀୟ ଥର ଏପରି ଭୁଲ ପାଇଁ, ଅଧିନାୟକଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ଏବଂ ଗୋଟିଏ ମ୍ୟାଚ ପାଇଁ ପ୍ରତିବନ୍ଧକ କରାଯାଏ। ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଜରିମାନା ଲଗାଯାଏ।

ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଖେଳିବା ସମୟରେ, ମୁମ୍ବାଇ ଇଣ୍ଡିଆନ୍ସ ସିଜିନରେ ତୃତୀୟ ଥର ପାଇଁ ସ୍ଲୋ ଓଭର ରେଟ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମ୍ୟାଚ ପାଇଁ ନିଷିଦ୍ଧ, ତେଣୁ ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ, ଏହା ପରେ ସେ ଦଳକୁ ଫେରିବେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri