IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ଘୋଷଣା: ଏହି ଖେଳାଳି ମୁଖ୍ୟ କୋଚ ଭାବେ ନିଯୁକ୍ତ

ମୁମ୍ବାଇ,୨୪।୧:ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନେଇଛି ଏକ ବଡ଼ ନିଷ୍ପତ୍ତି। ଦଳର ନୂଆ ମୁଖ୍ୟ କୋଚ ଭାବେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଲରାଉଣ୍ଡର କିରନ ପୋଲାର୍ଡଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ମହେଲା ଜୟବର୍ଦ୍ଧନେ ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବା ପରେ ପୋଲାର୍ଡଙ୍କୁ ଏହି ଦାୟିତ୍ୱ ମିଳିଛି।

ପୋଲାର୍ଡଙ୍କର ମୁମ୍ବାଇ ଇଣ୍ଡିଆନ୍ସ ସହ ଦୀର୍ଘଦିନର ସମ୍ପର୍କ ରହିଛି। ସେ ୨୦୧୦ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ୍‌ରେ କେବଳ ମୁମ୍ବାଇ ଦଳ ପାଇଁ ଖେଳିଥିଲେ। ଏବେ ଖେଳାଳି ଭାବେ ଦଳ ସହ ଦୀର୍ଘ ସମୟ ବିତାଇବା ପରେ ମୁଖ୍ୟ କୋଚ ଭାବେ ନୂଆ ଦାୟିତ୍ୱ ତୁଲାଇବେ। ନୂଆ ଦାୟିତ୍ୱ ମିଳିବା ପରେ ପୋଲାର୍ଡ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ହେବା ତାଙ୍କ ପାଇଁ ଗର୍ବ ଓ ସମ୍ମାନର ବିଷୟ। ଏହି ଦଳ ତାଙ୍କ ଜୀବନ ଓ କ୍ରିକେଟ କ୍ୟାରିୟରର ଏକ ବଡ଼ ଅଂଶ ହୋଇ ରହିଛି।

ସେ ଆହୁରି କହିଛନ୍ତି, ଦଳ ଓ ଖେଳାଳିଙ୍କ ସହ ତାଙ୍କର ଗଭୀର ସମ୍ପର୍କ ରହିଛି। ଜଣେ ଖେଳାଳି ଏବଂ ପରେ କୋଚ ଭାବେ ଦଳ ସହ ଜଡ଼ିତ ରହିଥିବାରୁ ମୁମ୍ବାଇ ଇଣ୍ଡିଆନ୍ସର ଗୁରୁତ୍ୱ ଓ ନୀଳ-ସୁନେଲି ଜର୍ସିର ପ୍ରତିନିଧିତ୍ୱ କରିବାର ଦାୟିତ୍ୱକୁ ସେ ଭଲ ଭାବେ ବୁଝିଛନ୍ତି।

ଏହି ସୁଯୋଗ ପାଇଁ ପୋଲାର୍ଡ ନୀତା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ସମଗ୍ର ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ କୃତଜ୍ଞତା ଜଣାଇଛନ୍ତି। ଖେଳାଳି ଓ ସହାୟକ କର୍ମଚାରୀଙ୍କ ସହ ମିଶି କାମ କରିବା, ଦଳର ଐତିହ୍ୟକୁ ଆଗକୁ ବଢ଼ାଇବା ଏବଂ ନୂଆ ପ୍ରତିଭାଙ୍କୁ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।

କିରନ ପୋଲାର୍ଡ ୨୦୧୦ରେ ମାତ୍ର ୨୨ ବର୍ଷ ବୟସରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ। ଦୀର୍ଘ ୧୧ଟି ସିଜନ ଧରି ସେ ଏହି ଦଳ ପାଇଁ ଖେଳିଥିଲେ। ମୁମ୍ବାଇ ପକ୍ଷରୁ ୧୮୯ଟି ମ୍ୟାଚ ଖେଳି ସେ ୩,୪୧୨ ରନ ସଂଗ୍ରହ କରିବା ସହ ୬୯ଟି ଉଇକେଟ ହାସଲ କରିଥିଲେ।

 

Dharitri – Odisha’s No.1 Odia Daily

 

Share