Categories: Home Leftଖେଳ

ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଅଦଳବଦଳ! କାହାକୁ ମିଳିଲା କେଉଁ ଦାୟିତ୍ୱ, ନାଁ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୩୦।୧୦: ରବିନ ଉଥପ୍ପା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ବ୍ୟାଟିଂ କୋଚ। IPL ୨୦୨୭ ପାଇଁ ମୁମ୍ବାଇ ଦଳକୁ ମିଳିଛି ସମ୍ପୂର୍ଣ୍ଣ ନୂଆ କୋଚିଂ ଟିମ। କିଛି ଦିନ ପୂର୍ବରୁ ଦଳର ନୂଆ ହେଡ କୋଚ ଭାବେ ଦାୟିତ୍ୱ ନେଇଥିଲେ ଷ୍ଟାର୍‌ କ୍ରିକେଟର କିରନ ପୋଲାର୍ଡ। ଶୁକ୍ରବାର ମୁମ୍ବାଇ ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି ଯେ, ଦଳକୁ ନୂଆ ବ୍ୟାଟିଂ, ଫିଲ୍ଡିଂ ଓ ବୋଲିଂ କୋଚ ମିଳିଛନ୍ତି। ସେହିପରି ଧୱଲ କୁଲକର୍ଣ୍ଣିଙ୍କୁ ଡେଭଲପମେଣ୍ଟ ବୋଲିଂ କୋଚ ଭାବେ ନିଯୁକ୍ତ କରାଯାଇଛି।

ଅକ୍ଟୋବର ୩୦, ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି। ରବିନ ଉଥପ୍ପା ବ୍ୟାଟିଂ କୋଚ ଭାବେ କିରନ ପୋଲାର୍ଡଙ୍କ ସ୍ଥାନ ନେଇଛନ୍ତି। ପୋଲାର୍ଡ ଏବେ ମୁମ୍ବାଇ ଦଳର ହେଡ କୋଚ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଭାରତୀୟ ଦଳର ପୂର୍ବତନ ଫିଲ୍ଡିଂ କୋଚ ଟି ଦିଲୀପ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଫିଲ୍ଡିଂ କୋଚ ଭାବେ ଯୋଗ ଦେଇଛନ୍ତି। ନ୍ୟୁଜିଲାଣ୍ଡର କ୍ରିକେଟର ମିଚେଲ ମ୍ୟାକ୍ଲେନାଘନଙ୍କୁ ବୋଲିଂ କୋଚ ଦାୟିତ୍ୱ ମିଳିଥିବା ବେଳେ ପୂର୍ବତନ କ୍ରିକେଟର ଧୱଲ କୁଲକର୍ଣ୍ଣି ଡେଭଲପମେଣ୍ଟ ବୋଲିଂ କୋଚ ଭାବେ ନିଯୁକ୍ତ ହୋଇଛନ୍ତି।

ଏହା ସହିତ IPL ୨୦୨୭ରେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ପୂର୍ଣ୍ଣ ନୂଆ କୋଚିଂ ଷ୍ଟାଫ ସହ ମଇଦାନକୁ ଓହ୍ଲାଇବ। କିରନ ପୋଲାର୍ଡ ନୂଆ ହେଡ କୋଚ ହୋଇଥିବା ବେଳେ ଏହା ପୂର୍ବରୁ ମହେଲା ଜୟବର୍ଦ୍ଧନେ ଏହି ଦାୟିତ୍ୱରେ ଥିଲେ। ସେହିପରି ଲସିଥ ମାଲିଙ୍ଗାଙ୍କୁ ମଧ୍ୟ ବୋଲିଂ କୋଚ ପଦରୁ ହଟାଯାଇଛି। ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ମିଚେଲ ମ୍ୟାକ୍ଲେନାଘନ ଦାୟିତ୍ୱ ନେଇଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚିଂ ଟିମ:

ହେଡ କୋଚ କିରନ ପୋଲାର୍ଡ
ବ୍ୟାଟିଂ କୋଚ ରବିନ ଉଥପ୍ପା
ବୋଲିଂ କୋଚ ମିଚେଲ ମ୍ୟାକ୍ଲେନାଘନ
ଫିଲ୍ଡିଂ କୋଚ ଟି ଦିଲୀପ
ଡେଭଲପମେଣ୍ଟ ବୋଲିଂ କୋଚ ଧୱଲ କୁଲକର୍ଣ୍ଣି

Dharitri – Odisha’s No.1 Odia Daily

Share