Categories: ଖେଳ

ପ୍ଲେ-ଅଫ୍‌ରେ ମୁମ୍ବାଇ

ମୁମ୍ବାଇ,୧୫ା୩: ଓମେନ୍ସ ପ୍ରିମିୟର ଲିଗ୍‌ରେ କ୍ରମାଗତ ୫ମ ବିଜୟ ସହ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ବ୍ରାବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ ୫୫ ରନରେ ପରାସ୍ତ କରିଛି ଦଳ। ହରମନ୍‌ପ୍ରୀତ କୌରଙ୍କ ୫୧ ରନ୍‌ ବଳରେ ମୁମ୍ବାଇ ୮ ଉଇକେଟରେ ୧୬୨ ରନ୍‌ ସଂଗ୍ରହ କରିଥିବା ବେଳେ ଗୁଜରାଟ ୧୦୭/୯ରେ ସୀମିତ ରହିଥିଲା। ମୁମ୍ବାଇ ପକ୍ଷରୁ ୟାସ୍ତିକା ଭାଟିଆ ୪୪ ଓ ନାତାଲି ସ୍କିଭର ବ୍ରଣ୍ଟ ୩୬ରନ୍‌ କରିଥିଲେ। ଗୁଜରାଟ ପାଇଁ ଆଶ୍‌ଲେ ଗାର୍ଡନର ୩ ଉଇକେଟ ନେଇଥିଲେ। ୧୬୩ ରନ୍‌ ଜବାବରେ ଗୁଜରାଟ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ହରଲିନ୍‌ ଦେଓଲ ୨୨ ଓ ସ୍ନେହ ରାଣା ୨୦ ରନ୍‌ କରିଥିବା ବେଳେ ନାତାଲି ସ୍କିଭର ବ୍ରଣ୍ଟ ଓ ହିଲି ମାଥ୍ୟୁସ ୩ଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୨/୮ (ହରମନ୍‌ପ୍ରୀତ୍‌ କୌର-୫୧, ୟାସ୍ତିକା ଭାଟିଆ-୪୪, ନାତାଲି ସ୍କିଭର ବ୍ରଣ୍ଟ-୩୬, ଆସ୍‌ଲେ ଗାର୍ଡନର-୩/୩୪, ସ୍ନେହ ରାଣା-୧/୧୭, କିମ୍‌ ଗାର୍ଥ-୧/୩୧)। ଗୁଜରାଟ ଜାଏଣ୍ଟ୍ସ ୨୦ ଓଭରରେ ୧୦୭/୯ (ହରଲିନ୍‌ ଦେଓଲ-୨୨, ସ୍ନେହ ରାଣା-୨୦, ନାତାଲି ସ୍କିଭର ବ୍ରଣ୍ଟ-୩/୨୧, ହିଲି ମାଥ୍ୟୁସ୍‌-୩/୨୩, ଆମେଲିଆ କେର୍‌-୨/୧୮)।

Share