Categories: ଜାତୀୟ

ସଙ୍କଟରେ ମୁମ୍ବାଇ: ୨୬ ଡିସେମ୍ବରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ !

ମୁମ୍ବାଇ,୪।୧୧: ମୁମ୍ବାଇ ପାଇଁ ସଙ୍କଟ ଦେଖାଦେଇଛି। ୨୬ ଡିସେମ୍ବରରେ ଏଠାରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇକୁ ହାଇ ଆଲର୍ଟରେ ରଖାଯାଇଛି। ଆତଙ୍କବାଦୀମାନେ ବିମାନବନ୍ଦର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ଆକ୍ରମଣର ଦାୟିତ୍ୱ ୨୨ ଜଣ ଆତଙ୍କବାଦୀଙ୍କୁ ଦିଆଯାଇଥିବା କୁହାଯାଉଛି। ସତର୍କ ସୂଚନା ମିଳିବା ପରେ ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ତଥା ଯାନବାହାନର ଯାଞ୍ଚ୍‌ କରାଯାଉଛି। ଏହାସହିତ ସମୁଦ୍ରକୂଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

Share