Categories: ଖେଳ

ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୨ ରନ୍‌ କରିଛି ମୁମ୍ବାଇ । ଫଳରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଆଗରେ ୧୮୩ ରନ୍‌ର ବିଜୟ ଟାର୍ଗେଟ ରହିଛି ମୁମ୍ବାଇ।

ଦଳର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ଭଲ ଷ୍ଟାଟ ଦେଇଥିଲେ। ହେଲେ ବଡ଼ ସ୍କୋର କରି ପାରି ନ ଥିଲେ । ରୋହିତ ୧୧ ରନ୍‌ କରିଥିବା ବେଳେ ଓ ଇଶାନ ୧୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ କାମେରନ ଗ୍ରୀନ୍‌ ଏବଂ ସୂର୍ଯ୍ୟକୁମାର ଯାଦବ ତୃତୀୟ ଉଇକେଟରେ ୩୮ ବଲ୍‌ରୁ ଦ୍ରୁତ ୬୬ ରନ୍‌ ସଂଗ୍ରହ କରି ଇନିଂସ ସମ୍ଭାଳି ନେଇଥିଲେ। ନଭିନ ୧୧ତମ ଓଭରରେ ଦୁଇ ସେଟ୍‌ ବ୍ୟାଟର ସୂର୍ଯ୍ୟକୁମାର ଓ ଗ୍ରୀନ୍‌ଙ୍କୁ ଆଉଟ କରି ମୁମ୍ବାଇକୁ ଡବଲ୍‌ ଝଟ୍‌କା ଦେଇଥିଲେ।

ସୂର୍ଯ୍ୟକୁମାର ୨୦ ବଲ୍‌ରୁ ୩୩ (୨ ଚୌକା, ୨ ଛକା) ଓ ଗ୍ରୀନ୍‌ ୨୩ ବଲ୍‌ରୁ ସର୍ବାଧିକ ୪୧ (୬ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ଟିମ୍‌ ଡାଭିଡ ମାତ୍ର ୧୩ ରନରେ ଆଉଟ ହେବାରୁ ମୁମ୍ବାଇ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟଭାବେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ନେହାଲ ଓ୍ବାଧେରାଙ୍କୁ ଖେଳାଇଥିଲା। ଓ୍ବାଧେରା ୧୨ ବଲ୍‌ରୁ ୨୩ (୨ ଚୌକା, ୨ ଛକା) ରନ କରି ଶେଷ ବଲ୍‌ରେ ଆଉଟ ହୋଇଥିଲେ। ତିଳକ ବର୍ମା ୨୨ ବଲ୍‌ରୁ ୨୬ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ନଭିନ-ଉଲ-ହକ୍‌ ପ୍ରଭାବୀ ବୋଲିଂ କରିଥିଲେ। ସେ ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଯଶ ଠାକୁର ୩ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share