ଗୁଜରାଟକୁ ୧୭୮ର ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିଥିଲେ ହେଁ ଏହାର ଇନିଂସକୁ ୨୦ ଓଭରରେ ୧୭୭/୬ରେ ସୀମିତ ରଖିଛି ଗୁଜରାଟ ଟାଇଟାନ୍ସ। ରଶିଦ ଖାଁଙ୍କ ପ୍ରଭାବୀ ବୋଲିଂ ଗୁଜରାଟକୁ ସଫଳ ପ୍ରତ୍ୟାବର୍ତ୍ତନ କରାଇବାରେ ସହାୟକ ହୋଇଛି। ମିଡିଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ପରେ ଟିମ୍‌ ଡାଭିଡଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ମୁମ୍ବାଇ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇର ଆରମ୍ଭ ଭଲ ରହିଥିଲା। ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଦୁହେଁ ୪୫ ବଲ୍‌ରୁ ଓପନିଂ ଯୋଡ଼ିରେ ଦ୍ରୁତ ୭୪ ରନ ସଂଗ୍ରହ କରିଥିଲେ। ୮ମ ଓଭରର ତୃତୀୟ ବଲ୍‌ରେ ରୋହିତଙ୍କୁ ଏଲବିଡବ୍ଲ୍ୟୁ ଆଉଟ କରି ଗୁଜରାଟକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ତାରକା ସ୍ପିନର ରଶିଦ ଖାଁ। ଅମ୍ପାୟର ନଟ୍‌ଆଉଟ ଦେଇଥିଲେ ହେଁ ରଶିଦ ରିଭ୍ୟୁ ନେଇ ସଫଳତା ପାଇଥିଲେ। ବଡ଼ ସ୍କୋର ଲକ୍ଷ୍ୟରେ ଥିବା ରୋହିତ ୨୮ ବଲ୍‌ରୁ ୫ ଚୌକା ଓ ୨ ଛକା ସହାୟତାରେ ୪୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ନିର୍ଭରଯୋଗ୍ୟ ସୂର୍ଯ୍ୟକୁମାର ଯାଦବ ୧୧ ବଲ୍‌ରୁ ମାତ୍ର ୧୩ (୧ ଛକା) ରନକରି ଆଉଟ ହେବା ମୁମ୍ବାଇକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। କିଶନ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲେ ହେଁ ୨୯ ବଲ୍‌ରୁ ୪୫ (୫ ଚେସକା, ୧ ଛକା) ରନ କରିଥିବାବେଳେ ଆଲଜାରି ଜୋସେଫଙ୍କ ବଲ୍‌ରେ ରଶିଦ ଖାଁଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ଭେଟେରାନ କିରନ ପୋଲାର୍ଡ ଏଠାରେ ଏକ ବଡ଼ ଇନିଂସ ଖେଳିବା ଆଶା କରାଯାଉଥିଲା। ମାତ୍ର ତାଙ୍କର ଖରାପ ପ୍ରଦର୍ଶନ ଜାରି ରହିଥିଲା ଏବଂ ସେ ୧୪ ବଲ୍‌ରୁ ମାତ୍ର ୪ ରନକରି ଆଉଟ ହୋଇଥିଲେ। ତିଳକ ବର୍ମା ଭଲ ଆରମ୍ଭ କରିଥିଲେ ହେଁ ୧୬ ବଲ୍‌ରୁ ୨୧ ରନକରି ରନ୍‌ଆଉଟ ହୋଇ ଯାଇଥିଲେ। ଡାନିଏଲ୍‌ ସାମ୍ସ ଖାତା ଖୋଲିପାରି ନ ଥିବାବେଳେ ଶେଷ ଭାଗରେ ଟିମ୍‌ ଡାଭିଡ କେତେକ ଦର୍ଶନୀୟ ଶଟ୍‌ ଖେଳିବାରୁ ମୁମ୍ବାଇ ସ୍କୋର ୧୭୭ରେ ପହଞ୍ଚତ୍ ପାରିଥିଲା। ମାତ୍ର ୨୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡାଭିଡ ୨ ଚୌକା ଓ ୪ ଛକା ସହାୟତାରେ ୪୪ ରନକରି ଅପରାଜିତ ରହିଥିଲେ। ଗୁଜରାଟ ପକ୍ଷରୁ ରଶିଦ ଖାଁ ୨ଟି ଏବଂ ଆଲଜାରି ଜୋସେଫ, ଲୋକି ଫର୍ଗୁସନ ଓ ପ୍ରଦୀପ ସଙ୍ଗଓ୍ବନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୭/୬ (ଇଶାନ କିଶନ-୪୫, ଟିମ୍‌ ଡାଭିଡ-୪୪*, ରୋହିତ ଶର୍ମା-୪୩, ତିଳକ ବର୍ମା-୨୧, ରଶିଦ ଖାଁ-୨/୨୪, ଆଲଜାରି ଜୋସେଫ-୧/୪୧, ପ୍ରଦୀପ ସଙ୍ଗଓ୍ବନ-୧/୨୩, ଲୋକି ଫର୍ଗୁସନ-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri