Categories: ଜାତୀୟ

ରନଓ୍ବେରେ ବିମାନରେ ଯାନ୍ତ୍ରିକ ତ୍ରୁଟି: ନୌସେନା ସହାୟତାରେ ଯାତ୍ରୀ ଉଦ୍ଧାର

ପଣଜୀ,୨୩।୮: ଗତ କିଛି ଦିନରୁ ବିମାନରେ ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଛି। ପ୍ରତ୍ୟେକ ଦିନ ଏସମ୍ପର୍କିତ ଖବର ସାମ୍ନାକୁ ଆସୁଛି। ଇତିମଧ୍ୟରେ ଗୋଆରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି। ଗୋଆ ବିମାନ ବନ୍ଦରର ରନୱେରେ ଇଣ୍ଡିଗୋ ବିମାନର ଡାହାଣ ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲା। ଯାହାପରେ ନୌସେନାର ଉଦ୍ଧାରକାରୀ ଟିମ୍‌ଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମଙ୍ଗଳବାର ଗୋଆ ବିମାନବନ୍ଦରର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ରନୱେ ନିକଟରେ ପହଞ୍ଚିବା ବେଳକୁ ପାଇଲଟଙ୍କୁ ଇଞ୍ଜିନରେ ସମସ୍ୟା ଥିବା ଜଣାପଡ଼ିଥିଲା। ଆବଶ୍ୟକ ଯାଞ୍ଚ ପାଇଁ ବିମାନକୁ ପାଇଲଟ ଫେରାଇ ନେଇଥିଲେ। ଏହାପରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରିବା ପାଇଁ ନୌସେନାର ଏକ ଟିମ୍‌କୁ ଡକାଯାଇଥିଲା। ଅନ୍ୟପଟେ ଯାତ୍ରୀମାନଙ୍କୁ ମୁମ୍ବାଇ ଅଭିମୁଖେ ଆଉ ଏକ ବିମାନରେ ପଠାଯାଇଛି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

Share