Posted inଫୁରସତ

ଦିନେ ରାସ୍ତାକଡ଼ରେ ବିକୁଥିଲେ ଫୁଲ,ଏବେ ଆମେରିକାରେ କରିବେ ପିଏଚଡି

କୁହାଯାଏ, ଭାଗ୍ୟ କେତେବେଳେ କାହାର ବଦଳିଯିବ ତାହା କହିବା ଅସମ୍ଭବ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସରିତା ମାଲି। ଏକଦା ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରି କରୁଥିବା ସରିତା ଏବେ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ପିଏଚଡି କରିବାକୁ ଯାଉଛନ୍ତି। ସେ ପିଏଚଡି ପାଇଁ ଆମେରିକାର ଶୀର୍ଷ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେ ବର୍ତ୍ତମାନ ଜେଏନୟୁରେ ଥିବା ଭାରତୀୟ ଭାଷା କେନ୍ଦ୍ରରେ ହିନ୍ଦୀ ସାହିତ୍ୟରେ ପିଏଚଡି କରୁଛନ୍ତି। ସେ ଜେଏନୟରୁ ଏମଏ ଏବଂ ଏମଫିଲ୍‌ ଡିଗ୍ରୀ କରିଛନ୍ତି। ଜୁଲାଇରେ ସେ ପିଏଚଡି ଆଡମିଶନ କରିବେ। ସରିତା ମୁମ୍ବାଇର ବସ୍ତିରେ ଜନ୍ମଗ୍ରହଣ କରିଥିଲେ ଏବଂ ଏକ ମ୍ୟୁନିସିପାଲିଟି ସ୍କୁଲରେ ଅଧ୍ୟୟନ ଆରମ୍ଭ କରିଥିଲେ।
ସରିତା ମାଲିଙ୍କ ପିତା ଉତ୍ତରପ୍ରଦେଶର ଜୈନପୁର ଜିଲାର ବାସିନ୍ଦା। ସେ ଜୀବିକା ଅନ୍ବେଷଣରେ ମୁମ୍ବାଇରେ ପହଞ୍ଚି ସେଠାରେ ରାସ୍ତାରେ ଫୁଲ ବିକ୍ରି କରିବା ଆରମ୍ଭ କରିଥିଲେ। ବାପାଙ୍କ ସହିତ ତାଙ୍କ ଝିଅ ସରିତା ମଧ୍ୟ ଫୁଲ ବିକ୍ରି କରୁଥିଲେ। ସରିତା କୁହନ୍ତି, ସମସ୍ତଙ୍କ ଜୀବନରେ ଉତ୍ଥାନ-ପତନ ଆସେ। ସମସ୍ତଙ୍କର ନିଜସ୍ବ କାହାଣୀ ଏବଂ ଯନ୍ତ୍ରଣା ଅଛି। ମୁଁ ଏମିତି ଏକ ସମାଜରେ ଜନ୍ମଗ୍ରହଣ କରିଥିଲି, ଯେଉଁଠାରେ ସମସ୍ୟାଗୁଡ଼ିକ ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ପରିବାରର ଏହି ଉତ୍ସାହ ଏବଂ ସମର୍ଥନ ହିଁ ତାଙ୍କୁ ଏ ପର୍ଯ୍ୟନ୍ତ ନେଇଛି।
ପର୍ବପର୍ବାଣି ସମୟରେ ସରିତା ତାଙ୍କ ପିତାଙ୍କ ସହିତ ଫୁଲ ବିକ୍ରି କରୁଥିଲେ। ବିଶେଷକରି ଗଣେଶ ପୂଜା, ଦୀପାବଳି ଏବଂ ଦଶହରା ଭଳି ପର୍ବରେ ସେ ସ୍ମୁଲ ଯିବା ସହ ବାପାଙ୍କୁ ସାହାଯ୍ୟ କରୁଥିଲେ। ସରିତା ମାଲିଙ୍କ ପରିବାରରେ ତାଙ୍କ ମାତାପିତା, ବଡ଼ ଭଉଣୀ ଏବଂ ଦୁଇ ସାନଭାଇଙ୍କ ସମେତ ୬ ଜଣ ସଦସ୍ୟ ଅଛନ୍ତି। ତାଙ୍କ ପିତାଙ୍କ ରୋଜଗାରରେ ପରିବାର ଚଳେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri