Posted inଫୁରସତ

ଦିନେ ରାସ୍ତାକଡ଼ରେ ବିକୁଥିଲେ ଫୁଲ,ଏବେ ଆମେରିକାରେ କରିବେ ପିଏଚଡି

କୁହାଯାଏ, ଭାଗ୍ୟ କେତେବେଳେ କାହାର ବଦଳିଯିବ ତାହା କହିବା ଅସମ୍ଭବ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସରିତା ମାଲି। ଏକଦା ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରି କରୁଥିବା ସରିତା ଏବେ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ପିଏଚଡି କରିବାକୁ ଯାଉଛନ୍ତି। ସେ ପିଏଚଡି ପାଇଁ ଆମେରିକାର ଶୀର୍ଷ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେ ବର୍ତ୍ତମାନ ଜେଏନୟୁରେ ଥିବା ଭାରତୀୟ ଭାଷା କେନ୍ଦ୍ରରେ ହିନ୍ଦୀ ସାହିତ୍ୟରେ ପିଏଚଡି କରୁଛନ୍ତି। ସେ ଜେଏନୟରୁ ଏମଏ ଏବଂ ଏମଫିଲ୍‌ ଡିଗ୍ରୀ କରିଛନ୍ତି। ଜୁଲାଇରେ ସେ ପିଏଚଡି ଆଡମିଶନ କରିବେ। ସରିତା ମୁମ୍ବାଇର ବସ୍ତିରେ ଜନ୍ମଗ୍ରହଣ କରିଥିଲେ ଏବଂ ଏକ ମ୍ୟୁନିସିପାଲିଟି ସ୍କୁଲରେ ଅଧ୍ୟୟନ ଆରମ୍ଭ କରିଥିଲେ।
ସରିତା ମାଲିଙ୍କ ପିତା ଉତ୍ତରପ୍ରଦେଶର ଜୈନପୁର ଜିଲାର ବାସିନ୍ଦା। ସେ ଜୀବିକା ଅନ୍ବେଷଣରେ ମୁମ୍ବାଇରେ ପହଞ୍ଚି ସେଠାରେ ରାସ୍ତାରେ ଫୁଲ ବିକ୍ରି କରିବା ଆରମ୍ଭ କରିଥିଲେ। ବାପାଙ୍କ ସହିତ ତାଙ୍କ ଝିଅ ସରିତା ମଧ୍ୟ ଫୁଲ ବିକ୍ରି କରୁଥିଲେ। ସରିତା କୁହନ୍ତି, ସମସ୍ତଙ୍କ ଜୀବନରେ ଉତ୍ଥାନ-ପତନ ଆସେ। ସମସ୍ତଙ୍କର ନିଜସ୍ବ କାହାଣୀ ଏବଂ ଯନ୍ତ୍ରଣା ଅଛି। ମୁଁ ଏମିତି ଏକ ସମାଜରେ ଜନ୍ମଗ୍ରହଣ କରିଥିଲି, ଯେଉଁଠାରେ ସମସ୍ୟାଗୁଡ଼ିକ ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ପରିବାରର ଏହି ଉତ୍ସାହ ଏବଂ ସମର୍ଥନ ହିଁ ତାଙ୍କୁ ଏ ପର୍ଯ୍ୟନ୍ତ ନେଇଛି।
ପର୍ବପର୍ବାଣି ସମୟରେ ସରିତା ତାଙ୍କ ପିତାଙ୍କ ସହିତ ଫୁଲ ବିକ୍ରି କରୁଥିଲେ। ବିଶେଷକରି ଗଣେଶ ପୂଜା, ଦୀପାବଳି ଏବଂ ଦଶହରା ଭଳି ପର୍ବରେ ସେ ସ୍ମୁଲ ଯିବା ସହ ବାପାଙ୍କୁ ସାହାଯ୍ୟ କରୁଥିଲେ। ସରିତା ମାଲିଙ୍କ ପରିବାରରେ ତାଙ୍କ ମାତାପିତା, ବଡ଼ ଭଉଣୀ ଏବଂ ଦୁଇ ସାନଭାଇଙ୍କ ସମେତ ୬ ଜଣ ସଦସ୍ୟ ଅଛନ୍ତି। ତାଙ୍କ ପିତାଙ୍କ ରୋଜଗାରରେ ପରିବାର ଚଳେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri