Categories: ଜାତୀୟ

ମୁମ୍ବାଇର ବସ୍ତି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ

ମୁମ୍ବାଇ,୧୩।୩: ମୁମ୍ବାଇର ମଲାଡ ଅଞ୍ଚଳର ଅପା ପାଡା ବସ୍ତି ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମବାହିନୀର ୬ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ସା ପ୍ରାୟ ୫ ଟା ସମୟରେ ଘଟିଛି। ଆଜି ମୁମ୍ବାଇରେ ଅଗ୍ନିକାଣ୍ଡର ଏହା ଦ୍ୱିତୀୟ ଘଟଣା। ବସ୍ତିରେ ନିଆଁ ଲାଗିବାର କାରଣ ସିଲିଣ୍ଡର ବିସ୍ଫୋରଣ ବୋଲି କୁହାଯାଉଛି। ମଲାଡର ଆନନ୍ଦନଗର ବସ୍ତି ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହା ପୂର୍ବରୁ ମୁମ୍ବାଇର ଓଶିୱାରା ଅଞ୍ଚଳର ବଜାରରେ ନିଆଁ ଲାଗିଥିବାର ଖବର ଆସିଥିଲା।

Share