Categories: ଜାତୀୟ

ବାନ୍ତି ନେଉଥିବାବେଳେ ଧରାପଡିଲେ: ୨ ଗିରଫ

ମୁମ୍ବାଇ,୪।୭: ମୁମ୍ବାଇ କ୍ରାଇମବ୍ରାଞ୍ଚ ଏକ ଚୋରା ଗ୍ୟାଙ୍ଗକୁ ଧରିବାରରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ ବେଆଇନ ଭାବେ ତିମି ବାନ୍ତିରେ ଆମ୍ବରଗ୍ରିସ କ୍ରୟ ବିକ୍ରି କରୁଥିଲେ। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୬ କିଲୋଗ୍ରାମ ଆମ୍ବରଗ୍ରିସ ଜବତ କରିଛି। ଏହି ଆମ୍ବରଗ୍ରିସର ବଜାର ମୂଲ୍ୟ ୬ କୋଟିରୁ ଅଧିକ ଟଙ୍କା କୁହାଯାଉଛି। ଏହି ଦୁଇ ଅଭିଯୁକ୍ତ ଆମ୍ବରଗ୍ରିସ ଯୋଗାଇବା ପାଇଁ ମୁମ୍ବାଇର ପୱଇ ଅଞ୍ଚଳକୁ ଆସିଥିଲେ। ଏହାର ସୂଚନା ପାଇବା ମାତ୍ରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଟିମ ଏକ ଜାଲ ବିଛାଇଥିଲା। କିଛି ସମୟ ପରେ ଏକ କାର ଆସି ସେଠାରେ ଅଟକି ଗଲା। ସନ୍ଦେହ ଆଧାରରେ କ୍ରାଇମବ୍ରାଞ୍ଚ କାରକୁ ଅଟକାଇ ଖୋଜାଖୋଜି କରି ପ୍ରାୟ ୬ କିଲୋଗ୍ରାମ ଆମ୍ବରଗ୍ରିସ ଉଦ୍ଧାର କରାଯାଇଥିଲା। ଏହା ପରେ କାରରେ ବସିଥିବା ଉଭୟ ଅଭିଯୁକ୍ତଙ୍କୁ କ୍ରାଇମ ବ୍ରାଞ୍ଚରେ ଗିରଫ କରିଥିଲା।
ସୂଚନା ଅନୁଯାୟୀ, ଅନେକ ଔଷଧ ତିଆରିରେ ଆମ୍ବରଗ୍ରିସ ବ୍ୟବହୃତ ହୁଏ ଏବଂ ଏହା ବହୁତ ମହଙ୍ଗା ବିକ୍ରି ହୁଏ।

Share