ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୦ ।୯: ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କୋର୍ଟରୁ ଆସ୍ୱସ୍ତି ମିଳିଛି । ପୋର୍ନୋଗ୍ରାଫି ମାମଲାରେ ୫୦ ହଜାର ଟଙ୍କା ଜମାକରି ରାଜ ଜାମିନରେ ଆସିଛନ୍ତି । ସୂଚନାଯୋଗ୍ୟ, ପୋର୍ନୋଗ୍ରାଫି ମାମଲାରେ ରାଜ୍ ଜେଲରେ ଥିବା ବେଳେ ତାଙ୍କର ଅଡୁଆ ବେଳକୁ ବେଳ ବଢି ଚାଲିଥିଲା । ନିକଟରେ ମୁମ୍ବାଇ ପୋଲିସ ଏହି ମାମଲାରେ ୧୫୦୦ ପୃଷ୍ଠାର ସପ୍ଲିମେଣ୍ଟ୍ରି ଚାର୍ଜସିଟ ଦାଖଲ କରିଥିଲା । ଏକ ରିପୋର୍ଟ ଅନୁଯାୟୀ ରାଜ କୁନ୍ଦ୍ରା ଦୁଇ ବର୍ଷ ମଧ୍ୟରେ ନିଜ ଆପର ୟୁଜର୍ସଙ୍କ ସଂଖ୍ୟା ୩ ଗୁଣା ଓ ଲାଭ ୮ଗୁଣା ବଢାଇବାର ଯୋଜନା କରିଥିଲେ । ଖବର ଏମିତି ବି ଆସିଥିଲା କି ସେ ୧୧୯ ପୋର୍ନ ଫିଲ୍ମ ତିଆରି କରିଥିଲେ ।

Share