Categories: ଖେଳ

ସଚିନଙ୍କ ପୁଅଙ୍କ ଭାଗ୍ୟ ଖୋଲିଲା

ମୁମ୍ବାଇ,୩୦,୧୨: ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଭାଗ୍ୟ ଖୋଲିଛି। ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟର ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି। ମୁମ୍ବାଇର ରଣଜୀ ଟ୍ରଫି ଦଳରେ ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମନୋନୀତ ହୋଇଛନ୍ତି। ଜାନୁଆରୀ ୧୩ରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ଅର୍ଜୁନ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିିବେ।
ମୁମ୍ବାଇର ରଣଜୀ ଟ୍ରଫି ଦଳର ଦାୟିତ୍ୱ ଓପନର୍‌ ପୃଥ୍ବୀ ଶ’ଙ୍କୁ ଦିଆଯାଇଛି। ସେ ପ୍ରଥମ ଦୁଇଟି ମ୍ୟାଚରେ ମୁମ୍ବାଇ କ୍ରିକେଟ ଦଳର ନେତୃତ୍ୱ ନେବେ। ମୁମ୍ବାଇ ହେଉଛି ୪୧ ଥର ରଣଜୀ ଚାମ୍ପିଅନ। ତାଙ୍କ ପିତା ସଚିନ ତେନ୍ଦୁଲକରଙ୍କ ପରି ଅର୍ଜୁନ ଜଣେ ଅଲରାଉଣ୍ଡର। ସେ ପେସ୍‌ ବୋଲିଂ ସହ ବ୍ୟାଟିଂ ମଧ୍ୟ କରନ୍ତି। ଫେବୃଆରୀ ୨୦୨୧ରେ ଆୟୋଜିତ ହୋଇଥିବା ଆଇପିଏଲ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନ ତେନ୍ଦୁଲକରଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ଗୋଟିଏ ସିଜିନ୍‌ ପରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ମୁକ୍ତ କରିଥିଲା। ଆସନ୍ତା ମାସରେ ଆଇପିଏଲ ୨୦୨୨ ନିଲାମରେ ଅର୍ଜୁନ ତେନ୍ଦୁଲକରଙ୍କୁ ପୁଣି ଥରେ କିଣାଯିବ।

Share