Categories: ଜାତୀୟ

ମୁମ୍ବାଇ ବିସ୍ଫୋରଣ: ୪ ଆତଙ୍କବାଦୀ ଗିରଫ

ଗାନ୍ଧୀନଗର,୧୮ା୫: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ୧୯୯୩ ମୁମ୍ବାଇ ସିରିଜ୍‌ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଅବୁ ବକର, ସୟଦ୍‌ କୁରେଶି, ମହମ୍ମଦ ଶୋଏବ କୁରେଶି ଏବଂ ମହମ୍ମଦ ୟୁସୁଫ ଇସମେଲ। ୨୯ ବର୍ଷ ଧରି ଏହି ଆତଙ୍କବାଦୀ ଠିକଣା ବଦଳାଇ ରହୁଥିଲେ। ସେମାନଙ୍କଠାରୁ ଜାଲ୍‌ ପାସ୍‌ପୋର୍ଟ ଓ ନକଲି ଦସ୍ତାବିଜ୍‌ ମିଳିଛି। ୧୯୯୦ରେ ଏମାନେ ଗୋଲ୍ଡ ସ୍ମଗ୍‌ଲର୍‌ ମହମ୍ମଦ ଦୋସା ଏବଂ ବିସ୍ଫୋରଣ ମାଷ୍ଟରମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ ପାଇଁ କାମ କରୁଥିବା ଏଟିଏସ୍‌ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୧୯୯୩ରେ ମୁମ୍ବାଇରେ ୧୨ଟି ସିରିଜ୍‌ ବିସ୍ଫୋରଣ କରାଯାଇଥିବାବେଳେ ଏଥିରେ ୨୫୭ ଜଣଙ୍କ ପ୍ରାଣହାନି ଘଟିବା ସହ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଘଟଣାର ମାଷ୍ଟରମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ ଏବଂ ଟାଇଗର ମେନନ୍‌ ବତ୍ତର୍ମାନ ସୁଦ୍ଧା ଫେରାର୍‌ ଅଛନ୍ତି।

Share