Posted inଖେଳ

ଦିଲ୍ଲୀକୁ ହରାଇ ମୁମ୍ବାଇ ଫାଇନାଲରେ

ଦୁବାଇ: ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର କ୍ୱାଲିଫାୟର-୧ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ଫଳରେ ମୁମ୍ବାଇ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୦୦ ରନ କରିଥିଲା। ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏଲିମିନେଟର ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚର ବିଜେତା ସହିତ ଦିଲ୍ଲୀ ଆସନ୍ତା ୮ ତାରିଖରେ କ୍ୱାଲିଫାୟର-୨ ଖେଳିବ। ମୁମ୍ବାଇ ଓ କ୍ୱାଲିଫାୟର-୨ର ବିଜେତା ମଧ୍ୟରେ ୧୦ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ।
ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ଓପନର କ୍ୱିଣ୍ଟନ ଡି’କକ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ତେବେ ଆହତ ସମସ୍ୟାରୁ ଫେରିଥିବା ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଡି’କକ୍‌ ଓ ସୂର୍ଯ୍ୟକୁମାର ଯାଦବ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବାରୁ ପାଓ୍ବାରପ୍ଲେ ୬ ଓଭରରେ ମୁମ୍ବାଇ ୬୩ ରନ ସଂଗ୍ରହ କରିନେଇଥିଲା। ଦ୍ୱିତୀୟ ଉଇକେଟରେ ୬୨ ରନର ଭାଗୀଦାରି ପରେ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ଡି’କକ୍‌। ସେ ୨୫ ବଲ୍‌ରୁ ୪୦(୫ ଚୌକା, ୧ ଛକା) ରନ କରିଥିଲେ। ଫର୍ମରେଥିବା ସୂର୍ଯ୍ୟକୁମାର ଯାଦବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ହାସଲ କରିଥିଲେ ଅର୍ଦ୍ଧଶତକ। ସେ ୩୮ ବଲ୍‌ରୁ ୫୧ (୬ ଚୌକା, ୨ ଛକା) ରନ କରିଥିଲେ। ହାର୍ଡ ହିଟର କିରନ ପୋଲାର୍ଡଙ୍କୁ ଖାତା ଖୋଲିବା ପୂର୍ବରୁ ତୃତୀୟ ଶିକାର ବନାଇ ଅଶ୍ୱିନ ପାଇଥିଲେ ବଡ଼ ସଫଳତା। କୃନାଲ ପାଣ୍ଡ୍ୟା ୧୩ ରନରେ ଆଉଟ ହୋଇଥିଲେ ହେଁ ଚାପର ବଶବର୍ତ୍ତୀ ନ ହୋଇ ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଭାଗରେ ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ସ୍କୋରକୁ ୨୦୦ରେ ପହଞ୍ଚାଇ ଦେଇଥିଲେ। ଶେଷ ୩ ଓଭରରୁ ଦୁହେଁ ୫୫ ରନ ସଂଗ୍ରହ କରିଥିଲେ। କିଶନ ୩୦ ବଲ୍‌ରୁ ୪ ଚୌକା ଓ ୩ ଛକା ସହ ୫୫ ଏବଂ ହାର୍ଦ୍ଦିକ ୧୪ ବଲ୍‌ରୁ ୫ ଛକା ସହାୟତାରେ ୩୭ ରନକରି ଅପରାଜିତ ରହିଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଏବଂ ଏନରିଚ୍‌ ନର୍ଜେ ଓ ମାର୍କୁସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବାପାଙ୍କ ଦେହାନ୍ତ ଯୋଗୁ ମୋହିତ ଶର୍ମା କ୍ୱାଲିଫାୟର-୧ ମ୍ୟାଚ ପୂର୍ବରୁ ଘରକୁ ଫେରିଛନ୍ତି। ତାଙ୍କ ବାପାଙ୍କ ପ୍ରତି ସମ୍ମାନ ଜଣାଇ ଦିଲ୍ଲୀ ଦଳର ଖେଳାଳିମାନେ କଳା ଆର୍ମବ୍ୟାଣ୍ଡପିନ୍ଧି ଏହି ମ୍ୟାଚ ଖେଳିଥିଲେ।
ବଡ଼ ସ୍କୋରର ପିଛା କରିଥିବା କ୍ୟାପିଟାଲ୍ସ କୌଣସି ରନ ହେବା ପୂର୍ବରୁ ୩ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’(୦), ଅଜିଙ୍କ୍ୟ ରାହାନେ(୦) ଓ ଶିଖର ଧାଓ୍ବନ(୦)ଙ୍କ ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଦୁଇ ପେସର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମ୍‌ରା ଘାତକ ବୋଲିଂ କରି ଦିଲ୍ଲୀର ବିପର୍ଯ୍ୟୟ ଘଟାଇଥିଲେ। ବୋଲ୍ଟ ପ୍ରଥମ ଓଭରରେ ୨ଟି ଉଇକେଟ ନେଇ ଯାଇଥିଲେ। ଚାପର ମୁକାବିଲା କରି ନ ପାରି ଅଧିନାୟକ ଶ୍ରେୟାୟ ଆୟାର (୧୨) ଓ ରିଷଭ ପନ୍ତ(୩) ମଧ୍ୟ ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। ଫଳରେ ୭.୫ ଓଭର ବେଳକୁ ଦିଲ୍ଲୀ ସ୍କୋର ୪୧/୫ ହୋଇ ଯାଇଥିଲା। ମାର୍କୁସ ଷ୍ଟୋଇନିସ ୬୫(୪୬ ବଲ, ୬ ଚୌକା, ୩ ଛକା) ଓ ଅକ୍ଷର ପଟେଲ ୪୨(୩୩ ବଲ, ୨ ଚୌକା, ୩ ଛକା) ରନ କରିବାରୁ ଦିଲ୍ଲୀ ସ୍କୋର ୧୪୩ରେ ପହଞ୍ଚତ୍ ପାରିଥିଲା। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍‌ରା ସର୍ବାଧିକ ୪ଟି, ଟ୍ରେଣ୍ଟ ବୋଲ୍ଟ ୨ଟି ଏବଂ କୃନାଲ ପାଣ୍ଡ୍ୟା ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୦/୫(କିଶନ-୫୫*, ସୂର୍ଯ୍ୟକୁମାର-୫୧, ଡି’କକ୍‌-୪୦, ହାର୍ଦ୍ଦିକ-୩୭*, ଅଶ୍ୱିନ-୩/୨୯, ଷ୍ଟୋଇନିସ-୧/୫, ନର୍ଜେ-୧/୫୦)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୪୩/୮ (ଷ୍ଟୋଇନିସ-୬୫, ଅକ୍ଷର-୪୨, ବୁମ୍‌ରା-୪/୧୪, ବୋଲ୍ଟ-୨/୯, କୃନାଲ-୧/୨୨, ପୋଲାର୍ଡ-୧/୩୬)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

ମ୍ୟାଚ୍‌ ବିଜୟୀ ଇନିଂସ ପରେ ପ୍ରଥମେ କାହାକୁ ଭିଡିଓ କଲ୍‌ କଲେ ସଞ୍ଜୁ ସାମସନ: ବଢୁଛି ଚର୍ଚ୍ଚା

କୋଲକାତା,୨।୩: ICC T20 ବିଶ୍ୱକପ 2026 ପୂର୍ବରୁ ଫର୍ମ ଖୋଜୁଥିବା ସଞ୍ଜୁ ସାମସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ…

BCCIର ବଡ଼ ଘୋଷଣା, ଭାରତ ପ୍ରଥମ ଥର ପାଇଁ ଏହି ଦଳ ସହିତ ଖେଳିବ ODI

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଏକ ବଡ଼ ଘୋଷଣା କରିଛି । ୨୦୨୬ ଆଇପିଏଲ୍ ପରେ, ଭାରତୀୟ ଦଳ ଗୋଟିଏ…

ଜିତିବା ପରେ ହେଲମେଟ ଫିଙ୍ଗି ଦେଇଥିଲେ ସଞ୍ଜୁ ସାମସନ, ICC ଲଗାଇବ ଜରିମାନା! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨।୩: କୋଲକାତାର ଇଡେନ ଗାର୍ଡେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨୦୨୬ ଟି-୨୦ ବିଶ୍ୱକପର ଅନ୍ତିମ ସୁପର ୮ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ…

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

T20 ବିଶ୍ୱକପ ମଧ୍ୟରେ ବଡ଼ ସଙ୍କଟ, ଇସ୍ରାଏଲ-ଇରାନ ଯୁଦ୍ଧ ପାଇଁ ଫସିଗଲେ ଏହି ଟିମର ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପ ସମୟରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବେ କ୍ରିକେଟ ଟିମ୍‌ଗୁଡ଼ିକର ଯାତ୍ରାକୁ ପ୍ରଭାବିତ କରୁଛି। ଦୁବାଇ ବିମାନବନ୍ଦର ଯୁଦ୍ଧ ଦ୍ୱାରା ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri