Posted inଖେଳ

ଦିଲ୍ଲୀକୁ ହରାଇ ମୁମ୍ବାଇ ଫାଇନାଲରେ

ଦୁବାଇ: ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର କ୍ୱାଲିଫାୟର-୧ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ଫଳରେ ମୁମ୍ବାଇ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୦୦ ରନ କରିଥିଲା। ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏଲିମିନେଟର ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚର ବିଜେତା ସହିତ ଦିଲ୍ଲୀ ଆସନ୍ତା ୮ ତାରିଖରେ କ୍ୱାଲିଫାୟର-୨ ଖେଳିବ। ମୁମ୍ବାଇ ଓ କ୍ୱାଲିଫାୟର-୨ର ବିଜେତା ମଧ୍ୟରେ ୧୦ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ।
ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ଓପନର କ୍ୱିଣ୍ଟନ ଡି’କକ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ତେବେ ଆହତ ସମସ୍ୟାରୁ ଫେରିଥିବା ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଡି’କକ୍‌ ଓ ସୂର୍ଯ୍ୟକୁମାର ଯାଦବ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବାରୁ ପାଓ୍ବାରପ୍ଲେ ୬ ଓଭରରେ ମୁମ୍ବାଇ ୬୩ ରନ ସଂଗ୍ରହ କରିନେଇଥିଲା। ଦ୍ୱିତୀୟ ଉଇକେଟରେ ୬୨ ରନର ଭାଗୀଦାରି ପରେ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ଡି’କକ୍‌। ସେ ୨୫ ବଲ୍‌ରୁ ୪୦(୫ ଚୌକା, ୧ ଛକା) ରନ କରିଥିଲେ। ଫର୍ମରେଥିବା ସୂର୍ଯ୍ୟକୁମାର ଯାଦବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ହାସଲ କରିଥିଲେ ଅର୍ଦ୍ଧଶତକ। ସେ ୩୮ ବଲ୍‌ରୁ ୫୧ (୬ ଚୌକା, ୨ ଛକା) ରନ କରିଥିଲେ। ହାର୍ଡ ହିଟର କିରନ ପୋଲାର୍ଡଙ୍କୁ ଖାତା ଖୋଲିବା ପୂର୍ବରୁ ତୃତୀୟ ଶିକାର ବନାଇ ଅଶ୍ୱିନ ପାଇଥିଲେ ବଡ଼ ସଫଳତା। କୃନାଲ ପାଣ୍ଡ୍ୟା ୧୩ ରନରେ ଆଉଟ ହୋଇଥିଲେ ହେଁ ଚାପର ବଶବର୍ତ୍ତୀ ନ ହୋଇ ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଭାଗରେ ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ସ୍କୋରକୁ ୨୦୦ରେ ପହଞ୍ଚାଇ ଦେଇଥିଲେ। ଶେଷ ୩ ଓଭରରୁ ଦୁହେଁ ୫୫ ରନ ସଂଗ୍ରହ କରିଥିଲେ। କିଶନ ୩୦ ବଲ୍‌ରୁ ୪ ଚୌକା ଓ ୩ ଛକା ସହ ୫୫ ଏବଂ ହାର୍ଦ୍ଦିକ ୧୪ ବଲ୍‌ରୁ ୫ ଛକା ସହାୟତାରେ ୩୭ ରନକରି ଅପରାଜିତ ରହିଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଏବଂ ଏନରିଚ୍‌ ନର୍ଜେ ଓ ମାର୍କୁସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବାପାଙ୍କ ଦେହାନ୍ତ ଯୋଗୁ ମୋହିତ ଶର୍ମା କ୍ୱାଲିଫାୟର-୧ ମ୍ୟାଚ ପୂର୍ବରୁ ଘରକୁ ଫେରିଛନ୍ତି। ତାଙ୍କ ବାପାଙ୍କ ପ୍ରତି ସମ୍ମାନ ଜଣାଇ ଦିଲ୍ଲୀ ଦଳର ଖେଳାଳିମାନେ କଳା ଆର୍ମବ୍ୟାଣ୍ଡପିନ୍ଧି ଏହି ମ୍ୟାଚ ଖେଳିଥିଲେ।
ବଡ଼ ସ୍କୋରର ପିଛା କରିଥିବା କ୍ୟାପିଟାଲ୍ସ କୌଣସି ରନ ହେବା ପୂର୍ବରୁ ୩ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’(୦), ଅଜିଙ୍କ୍ୟ ରାହାନେ(୦) ଓ ଶିଖର ଧାଓ୍ବନ(୦)ଙ୍କ ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଦୁଇ ପେସର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମ୍‌ରା ଘାତକ ବୋଲିଂ କରି ଦିଲ୍ଲୀର ବିପର୍ଯ୍ୟୟ ଘଟାଇଥିଲେ। ବୋଲ୍ଟ ପ୍ରଥମ ଓଭରରେ ୨ଟି ଉଇକେଟ ନେଇ ଯାଇଥିଲେ। ଚାପର ମୁକାବିଲା କରି ନ ପାରି ଅଧିନାୟକ ଶ୍ରେୟାୟ ଆୟାର (୧୨) ଓ ରିଷଭ ପନ୍ତ(୩) ମଧ୍ୟ ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। ଫଳରେ ୭.୫ ଓଭର ବେଳକୁ ଦିଲ୍ଲୀ ସ୍କୋର ୪୧/୫ ହୋଇ ଯାଇଥିଲା। ମାର୍କୁସ ଷ୍ଟୋଇନିସ ୬୫(୪୬ ବଲ, ୬ ଚୌକା, ୩ ଛକା) ଓ ଅକ୍ଷର ପଟେଲ ୪୨(୩୩ ବଲ, ୨ ଚୌକା, ୩ ଛକା) ରନ କରିବାରୁ ଦିଲ୍ଲୀ ସ୍କୋର ୧୪୩ରେ ପହଞ୍ଚତ୍ ପାରିଥିଲା। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍‌ରା ସର୍ବାଧିକ ୪ଟି, ଟ୍ରେଣ୍ଟ ବୋଲ୍ଟ ୨ଟି ଏବଂ କୃନାଲ ପାଣ୍ଡ୍ୟା ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୦/୫(କିଶନ-୫୫*, ସୂର୍ଯ୍ୟକୁମାର-୫୧, ଡି’କକ୍‌-୪୦, ହାର୍ଦ୍ଦିକ-୩୭*, ଅଶ୍ୱିନ-୩/୨୯, ଷ୍ଟୋଇନିସ-୧/୫, ନର୍ଜେ-୧/୫୦)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୪୩/୮ (ଷ୍ଟୋଇନିସ-୬୫, ଅକ୍ଷର-୪୨, ବୁମ୍‌ରା-୪/୧୪, ବୋଲ୍ଟ-୨/୯, କୃନାଲ-୧/୨୨, ପୋଲାର୍ଡ-୧/୩୬)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri