Posted inଜାତୀୟ

ମହାରାଷ୍ଟ୍ରରେ ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ମୁମ୍ବାଇ,୧୪ା୭: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ମହାରାଷ୍ଟ୍ର ସରକାର ସମସ୍ତ ଅନୁମୋଦନ ଦେଇଛନ୍ତି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ଏହି ସୂଚନା ଦେଇଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ଦେବେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରକଳ୍ପ ପାଇଁ ସମସ୍ତ ଅନୁମୋଦନ ଦେଇଛନ୍ତି।

ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପର ଆନୁମାନିକ ମୂଲ୍ୟ ହେଉଛି ୧,୧୦,୦୦୦କୋଟି, ଯେଉଁଥିରୁ ୮୮,୦୦୦ କୋଟି ଟଙ୍କା ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (JICA) ଦ୍ୱାରା ପ୍ରଦାନ କରାଯାଇଛି। ମହାରାଷ୍ଟ୍ରରେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ୭୦ ପ୍ରତିଶତରୁ ଅଧିକ ଜମି ଥାନେ ଏବଂ ପାଲଘର ଜିଲାରେ ଅଧିଗ୍ରହଣ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଶିବସେନା ସଭାପତି ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ପୂର୍ବ ଏମ୍‌ଭିଏ ସରକାର ଏହି ପ୍ରକଳ୍ପକୁ ଦ୍ରୁତ ଗତିରେ ରଖିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ବଦଳରେ ଉଦ୍ଧବ ଠାକ୍‌ରେ ରେଳ ମନ୍ତ୍ରଣାଳୟକୁ ପୁଣେ ଏବଂ ନାଗପୁର ସହର ମଧ୍ୟରେ ଏକ ହାଇ ସ୍ପିଡ୍‌ ଟ୍ରେନ କରିଡର ନିର୍ମାଣ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

ଆଉ ଅଭାବ ହେବନି ଗ୍ୟାସ! ଗୋଟିଏ ଘଣ୍ଟା ମଧ୍ୟରେ ଏଲପିଜି ନେଇ ଭାରତରେ ପହଞ୍ଚିବ ‘ଶିବାଲିକ’, ଜାଣନ୍ତୁ ଶିବାଲିକ କ’ଣ….

ନୂଆଦିଲ୍ଲୀ,୧୬।୩: ଉପସାଗରୀୟ ଅଞ୍ଚଳରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ମାର୍ଗଗୁଡ଼ିକ ଚାପରେ ପଡ଼ିଛି। ହର୍ମୁଜ ପ୍ରଣାଳୀ…

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri