Posted inଜାତୀୟ

ସେନା ମୁଖ୍ୟଙ୍କ ଚେତାବନୀ ପରେ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ୪୮ ଘଣ୍ଟାରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ,୧୩।୧: ଦୁଇଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୀମାରେ ଦେଖା ଦେଇଛି ପାକିସ୍ତାନୀ ଡ୍ରୋନ୍। ମଙ୍ଗଳବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ କଡ଼ା ଭାଷାରେ “ଡ୍ରୋନ୍ ଅନୁପ୍ରବେଶ ବନ୍ଦ କରିବା” ପାଇଁ ଚେତାବନୀ ଦେଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟରେ ଏକାଧିକ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଛି।

ରାଜୌରୀର ଦୁଙ୍ଗଲା-ନାବଲା ଏବଂ ଥାଣ୍ଡି କାସି ଅଞ୍ଚଳରେ ଅତିକମରେ ଦୁଇରୁ ତିନୋଟି ଡ୍ରୋନ୍ ଦେଖାଯାଇଥିଲା। ଡ୍ରୋନ୍ ଦେଖିବା ମାତ୍ରେ ସତର୍କ ଭାରତୀୟ ସୈନିକମାନେ ସେଗୁଡ଼ିକୁ ଖସାଇବା ପାଇଁ ଗୁଳି ଚାଳନା କରିଥିଲେ। ସେନାର କଡ଼ା ଆଭିମୁଖ୍ୟ ଦେଖି ଡ୍ରୋନଗୁଡ଼ିକ ପୁଣି ପାକିସ୍ତାନ ସୀମାକୁ ଫେରିଯାଇଥିଲେ।

ଡ୍ରୋନ୍ ସାହାଯ୍ୟରେ କୌଣସି ଅସ୍ତ୍ରଶସ୍ତ୍ର ବା ମାଦକ ଦ୍ରବ୍ୟ ପକାଯାଇଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟପଟେ, କାଠୁଆ ଜିଲାର ବିଲ୍ଲାୱାର ଜଙ୍ଗଲରେ ସୁରକ୍ଷାବଳୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରାୟ ୧୫ ମିନିଟ୍ ଧରି ଚାଲିଥିବା ଏହି ସଂଘର୍ଷ ପରେ ସୁରକ୍ଷା ବାହିନୀ ସାରା ଅଞ୍ଚଳକୁ କର୍ଡନ କରି ରଖିଛନ୍ତି। ମଙ୍ଗଳବାର ସକାଳୁ ପୁଣି ଥରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ଦ୍ୱିବେଦୀ କହିଥିଲେ ଯେ, ପାକିସ୍ତାନ ସହିତ DGMO ସ୍ତରୀୟ ଆଲୋଚନା ହୋଇଛି ଏବଂ ଭାରତ ସ୍ପଷ୍ଟ କରିଛି ଯେ ସୀମାରେ ଡ୍ରୋନର ଅନୁପ୍ରବେଶକୁ କଦାପି ସହ୍ୟ କରାଯିବ ନାହିଁ। “ଆମେ ପାକିସ୍ତାନକୁ ନିଜ ଡ୍ରୋନ୍ ଉପରେ ଲଗାମ ଲଗାଇବାକୁ କହିଛୁ,” ବୋଲି ସେନା ମୁଖ୍ୟ କହିଥିଲେ।

ପୂର୍ବରୁ ସାମ୍ବା, ରାଜୌରୀ ଓ ପୁଞ୍ଚ ଅଞ୍ଚଳରେ ମଧ୍ୟ ଏକାଧିକ ଡ୍ରୋନ୍ ଦେଖାଯାଇଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପ୍ରତିଷ୍ଠା ହେବ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଶାଖା

ନୂଆଦିଲ୍ଲୀ,୧୩।୧: ଓଡ଼ିଶାରେ ପ୍ରତିଷ୍ଠା ହେବ ଅଭିନେତା ତିଆରି କାରଖାନା। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ର ଏକ ରାଜ୍ୟସ୍ତରୀୟ ଶାଖା କେନ୍ଦୁଝର ଜିଲାରେ ପ୍ରତିଷ୍ଠା...

ଇରାନବାସୀଙ୍କୁ ଟ୍ରମ୍ପ ଦେଲେ ମେସେଜ: “ଆନ୍ଦୋଳନ ଜାରି ରଖ, ଖୁବଶୀଘ୍ର ସାହାଯ୍ୟ ମିଳିବ”

ନୂଆଦିଲ୍ଲୀ,୧୩।୧: ଇରାନ ଉପରେ ଖୁବଶୀଘ୍ର ଆକ୍ରମଣ କରିପାରେ ଆମେରିକା। ମଙ୍ଗଳବାର ଏକ ପ୍ରକାର ଏହା ନିଶ୍ଚିତ ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ...

ବାୟୁସେନାର ଶକ୍ତି ବଢ଼ାଇବ ‘ରାଫେଲ୍’: ଫ୍ରାନ୍ସ ସହ ୩.୨୫ ଲକ୍ଷ କୋଟିର ମେଗା ଡିଲ୍, ଭାରତରେ ନିର୍ମାଣ ହେବ

ନୂଆଦିଲ୍ଲୀ,୧୩।୧: ଭାରତୀୟ ବାୟୁସେନା(IAF)କୁ ଶକ୍ତିଶାଳୀ କରିବ ରାଫେଲ। ଭାରତ ସରକାର ଫ୍ରାନ୍ସରୁ ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରାୟ ୩.୨୫...

୨୨ ମିନିଟର ଆକ୍ରମଣରେ ଥରିଥିଲା ପାକିସ୍ତାନ, ସେନା ମୁଖ୍ୟଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୧: ‘ଅପରେସନ ସିନ୍ଦୂର’କୁ ନେଇ ଚମକାଇଲା ଭଳି ଖୁଲାସା କରିଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ। ଭାରତର ମାତ୍ର ୨୨ ମିନିଟର ଭୟଙ୍କର ଆକ୍ରମଣରେ ପାକିସ୍ତାନର...

ଇରାନରେ ରକ୍ତପାତ: ଆନ୍ଦୋଳନରେ ୨,୦୦୦ ମୃତ, ପ୍ରଥମ ଥର ପାଇଁ ସ୍ୱୀକାର କଲେ ସରକାର

ନୂଆଦିଲ୍ଲୀ,୧୩।୧: ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଅଶାନ୍ତି ମଧ୍ୟରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୨,୦୦୦ ଲୋକ ଏହି ଆନ୍ଦୋଳନରେ ପ୍ରାଣ...

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଏପରି ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ସାରା ଓଡ଼ିଶାରେ ଚର୍ଚ୍ଚା

କେନ୍ଦୁଝର,୧୩।୧: ଏହି ସମୟ କେନ୍ଦୁଝର ବିକାଶ ପାଇଁ ଠିକ ସମୟ। ୟହି ସମୟ ହେ, କେନ୍ଦୁଝର ବିକାଶ କେଲିଏ, ବିଲକୁଲ ସହି ସମୟ ହେ। ମଙ୍ଗଳବାର...

ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଷ୍ଟାଡିୟମ ଦେଖି ଛି ଛି…; କଡ଼ା ଭାଷାରେ ସମାଲୋଚନା କଲେ ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଷ୍ଟାଡିୟମର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଡେନମାର୍କର ଷ୍ଟାର ଖେଳାଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri