ବର୍ଷାରେ ଭିଜିଲା ଏକାଧିକ ମୃତଦେହ

କଟକ,୨୧ା୭(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ରହିଛି। ବିଭିନ୍ନ ପରୀକ୍ଷା ପାଇଁ ଲୋକମାନେ ଏଠାକୁ ଆସି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଡିକାଲର ମୃତଦେହ ସଂରକ୍ଷଣ ଗୃହ ସମ୍ମୁଖରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଘଣ୍ଟା ଘଣ୍ଟା ଧରି ଷ୍ଟେଚରରେ ପକାଇ ରଖାଯାଉଛି। ଶନିବାର ଲଗାଣ ବର୍ଷାରେ ମୃତଦେହଗୁଡିକ ସକାଳୁ ଭିଜୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି କି ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଗୋଟିଏ ବି ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥିଲା। ବ୍ୟବଚ୍ଛେଦ ପାଇଁ କର୍ମଚାରୀ ଟୋକନ କରିବାକୁ କହିବା ସହ ମୃତଦେହ ବାହାରେ ରଖି ପଳାଇଯାଇଥିଲେ। ମେଡିକାଲ କର୍ତ୍ତୃପକ୍ଷ ଏହି ସମସ୍ତ ଦୃଶ୍ୟ ଦେଖି ମଧ୍ୟ ମୁହଁ ବୁଲାଇ ପଳାଇଯାଇଥିଲେ। ଏଭଳି ଅବ୍ୟବସ୍ଥା ନେଇ ଅନେକଥର ଅଭିଯୋଗ ହୋଇଥିଲେ ମଧ୍ୟ ଏଥିରେ ସୁଧାର ଆସିପାରି ନାହିଁ। ସୂଚନାନୁଯାୟୀ, ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏସ୍‌ସିବି ମେଡିକାଲର ଆନାଟୋମି ବିଭାଗକୁ ଆସିଥିଲେ। ହେଲେ ଉକ୍ତ ବିଭାଗ ନିକଟ ମୃତଦେହ ସଂରକ୍ଷଣ ଗୃହ ପାଖରେ କେତେକ ମୃତଦେହ ସକାଳୁ ପଡ଼ି ରହିଥିଲା। ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିବାର କିଛି ସମୟ ପୂର୍ବରୁ ମୃତଦେହଗୁଡିକୁ ଅନ୍ୟ ଜାଗାରେ ରଖାଯାଇଥିଲା। ଫଳରେ ବର୍ଷା ହେବାରୁ ମୃତଦେହ ଓଦା ହେବାର ଦୃଶ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନଜରକୁ ଆସି ନ ଥିଲା। ଏଭଳି ଅବ୍ୟବସ୍ଥାକୁ ନେଇ ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ ଆସିଥିବା ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସ୍‌ସିବିରେ ହୁଏତ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି ଯେଉଁଥିପାଇଁ ଘଣ୍ଟା ଘଣ୍ଟା ଧରି ମୃତଦେହ ପଡି ରହୁଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ବାଙ୍କୀ ଅଞ୍ଚଳର ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି, ସମ୍ପର୍କୀୟଙ୍କ ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ ଶୁକ୍ରବାର ଏସ୍‌ସିବି ଆସିଥିଲୁ। ଶନିବାର ବ୍ୟବଚ୍ଛେଦ କରାଯିବା ପାଇଁ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ଫଳରେ ସକାଳୁ ଅପେକ୍ଷା କରିଛୁ, ହେଲେ ବର୍ଷାରେ ମୃତଦେହ ରଖି କର୍ମଚାରୀ ପଳାଇଛନ୍ତି। ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଏଭଳି ଅବ୍ୟବସ୍ଥା ଏସ୍‌ସିବିରେ ହେବା ଉଚିତ ନୁହେଁ ବୋଲି ପ୍ରଧାନ କହିଛନ୍ତି। ଏନେଇ ଏଫ୍‌ଏମ୍‌ଟି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଗୀତା ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ଏସ୍‌ସିବିରେ ମୃତଦେହ ବ୍ୟବଚ୍ଛେଦ ସୁଚାରରୁପେ କରିବା ପାଇଁ ସର୍ବଦା ପ୍ରୟାସ କରିଆସୁଛୁ। ଏଥିପାଇଁ ଯେଉଁ ସମ୍ପର୍କୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଲିଖିତ ଭାବେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରୁଛୁ। ଏହାଦ୍ୱାରା ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟରେ ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ। ଏଫ୍‌ଏମ୍‌ଟି ପାଇଁ ଡାକ୍ତରଙ୍କ ଅଭାବ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ପଦବୀ ପୂରଣ ହେଲେ ସମସ୍ୟା ରହିବ ନାହିଁ ବୋଲି ମିଶ୍ର କହିଛନ୍ତି।

ବ୍ୟବଚ୍ଛେଦ ପାଇଁ ଡାକ୍ତର ନାହାନ୍ତି
ମେଡିକାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏସ୍‌ସିବିକୁ ପ୍ରତିଦିନ ବିଭିନ୍ନ ଜିଲାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଛି। ଦିନକୁ ପ୍ରାୟ ୧୫ଟି ମୃତଦେହ ବ୍ୟବଚ୍ଛେଦ କରାଯାଉଛି। ଏଥିପାଇଁ ଜଣେ ପ୍ରଫେସର, ୩ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର ନିୟୋଜିତ ଥିବାବେଳେ ଏଫ୍‌ଏମ୍‌ଟି ବିଭାଗରେ ଆସୋସିଏଟ ପ୍ରଫେସର ପଦବୀ ଦୀର୍ଘଦିନ ହେବ ଖାଲି ରହିଛି। ବିଶେଷକରି ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ଡାକ୍ତର ନ ଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ସମସ୍ୟା ହେଉଛି। ଗୋଟିଏ ମୃତଦେହ ବ୍ୟବଚ୍ଛେଦ ଓ ରିପୋର୍ଟ ତିଆରି କରିବା ପାଇଁ ପ୍ରାୟ ଅଢେଇ ଘଣ୍ଟା ସମୟ ଲାଗିଯାଉଛି। ଏଥିପାଇଁ ଯେତିକି ଡାକ୍ତର ଅଛନ୍ତି ତାହା ଯଥେଷ୍ଟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri