ଆମେରିକା ସ୍କୁଲରେ ପୁଣି ଫୁଟିଲା ଗୁଳି: ୭ ମୃତ

ୱାଶିଂଟନ,୨୮ ।୩: ଆମେରିକାରେ ପୁଣିଥରେ ଫୁଟିଛି ଗୁଳି । କୁହାଯାଉଛି କି ଆକ୍ରମଣକାରି ଏଥର ଏକ ସ୍କୁଲରେ ଆଖିବିଜା ଗୁଳି ଚଳାଇଛନ୍ତି । ଘଟଣା ନ୍ୟାଶଭିଲ ଖ୍ରୀଷ୍ଟିଆନ ସ୍କୁଲରେ ହୋଇଛି । ଏହି ଗୁଳିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି କି ଆକ୍ରମଣକାରୀ ହେଉଛନ୍ତି ଜଣେ ଯୁବତି । ସନ୍ଦିଗ୍ଧ ଏକ ସାଇଡ କବାଟ ଦେଇ ପ୍ରବେଶ ଦ୍ୱାର ମାଧ୍ୟମରେ ସ୍କୁଲ ବିଲଡିଂ ଭିତରକୁ ପ୍ରବେଶ କରିଥିଲେ । ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଦିଗ୍ଧଙ୍କୁ ସ୍‌ୁଲର ଦ୍ୱିତୀୟ ମହଲାରେ ଘେରି ଯାଇଥିଲା । ପରେ ଗୁଳିକାଣ୍ଡର ଜବାବରେ ଉକ୍ତ ଆକ୍ରମଣକାରୀ ପୋଳଲିସ ଗୁଳିରେ ନିହତ ହୋଇଥିବା ଜଣାପଡିଛି ।

Share