ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ। ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଆଦିବାସୀ ଅଧ୍ୟୁଷିତ ୧୭ ଜିଲାରେ ବସବାସ କରୁଥିବା ଜନଜାତିମାନଙ୍କ ନିଜସ୍ବ ମାତୃଭାଷାରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ଉକ୍ତ ବହୁଭାଷୀ ଶିକ୍ଷା ସହାୟକମାନଙ୍କୁ ୨୦୧୩ରେ ନିଯୁକ୍ତି ଦିଆଯାଇଥିଲା। ଯେଉଁ ଶିକ୍ଷା ସହାୟକମାନେ ୩ ବର୍ଷ ନିରବଚ୍ଛିନ୍ନ ତଥା ସନ୍ତୋଷଜନକ ଭାବେ ଶିକ୍ଷକତା କରିଥିବେ ସେମାନେ କନିଷ୍ଠ ଶିକ୍ଷକ ଭାବେ ପରିଣତ ହେବେ। ଯେଉଁ କନିଷ୍ଠ ଶିକ୍ଷକମାନେ ୩ ବର୍ଷ ସନ୍ତୋଷଜନକ ଶିକ୍ଷକତା କରିଥିବେ ସେମାନେ ସହାୟକ ଶିକ୍ଷକ ହେବେ। ଏହି ଶିକ୍ଷକମାନଙ୍କ ଚାକିରି ନିୟମିତ ହେବା ପରେ ସେମାନେ ଓଡ଼ିଶା ପ୍ରାଥମିକ ଶିକ୍ଷା ରୁଲ୍‌ ୧୯୯୭ ଏବଂ ସମୟାନୁଯାୟୀ ସଂଶୋଧନ ନିୟମ ଅଧୀନରେ ପରିଚାଳଚିତ ହେବେ। ଏହାକୁ ମିଶାଇ ମୋଟ ୧୩ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି।
ରାଜ୍ୟରେ ଗ୍ରୀଡ୍‌ ସବ୍‌ଷ୍ଟେଶନ, ପ୍ରାଇମେରୀ ସବ୍‌ଷ୍ଟେଶନ ଓ ବିଦ୍ୟୁତ୍‌ ଲାଇନର ସଦୁପଯୋଗ ନିମନ୍ତେ ଚିହ୍ନଟ ହୋଇଥିବା ଲୋଭୋଲଟେଜ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ୩୩/୧୧ କେଭି ସବ୍‌ଷ୍ଟେଶନ ଏବଂ ସ୍ବତନ୍ତ୍ର ୩୩ କେଭି ସବ୍‌ଷ୍ଟେଶନ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକର ଲୋଡ୍‌କୁ ଆଧାର କରି ଓପିଟିସିଏଲ୍‌ ୧୭୯୬.୭୩ କୋଟି ଟଙ୍କା ବ୍ୟୟ ଅଟକଳରେ ୯୯ଟି ୩୩/୧୧ କେଭି ସବ୍‌ଷ୍ଟେଶନ ଏବଂ ୮୧୨.୦୫ କିମି ଦୀର୍ଘ ୬୪ଟି ସ୍ବତନ୍ତ୍ର ୩୩ କେଭି ଲାଇନ୍‌ ନିର୍ମାଣ କରିିବ। ଆସନ୍ତା ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଆଠମଲ୍ଲିକ, ଏମ୍‌-ରାମପୁର, ଚିତାଳୋ, ଆଗଲପୁର, ତୁମରୁରେ ଗ୍ରୀଡ୍‌ ସବେ୍‌ଷ୍ଟଶନ ହେବ। ସେହିପରି ତୁମୁଳଠାରୁ ଢେଙ୍କିକୋଟ ପର୍ଯ୍ୟନ୍ତ ୧୩୨ କେଭି ଲାଇନ ଟଣାଯିବ। ଲୋଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ଶହ ୯୬କୋଟି ଟଙ୍କା।
ସେହିପରି ଓଡ଼ିଶା ବୈଦ୍ୟୁତିକ ଯାନ୍ତ୍ରିକ ସେବା କ୍ୟାଡର ପୁନର୍ଗଠନ କରାଯାଇଛି। ଶକ୍ତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି। ରାଜ୍ୟରେ ଓଡ଼ିଶା ବୈଦ୍ୟୁତିକ ଯାନ୍ତ୍ରିକ ସେବା ପ୍ରତି ମେଧାବୀ ଛାତ୍ରମାନଙ୍କୁ ଆକୃଷ୍ଟ କରିବା ସହ କାର୍ଯ୍ୟରତ ଯନ୍ତ୍ରୀମାନଙ୍କର ପଦୋନ୍ନତିରେ ଗତିଶୀଳତା ଆଣି କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏହି ପୁନର୍ଗଠନର ମୂଳ ଲକ୍ଷ୍ୟ। କ୍ୟାଡର ପୁନର୍ଗଠନ ହେବା ପରେ ମୋଟ ପଦବୀ ସଂଖ୍ୟା ୩୪୬ ଅପରିବର୍ତ୍ତିତ ରଖାଯାଇଛି। ଉପନିର୍ବାହୀ ଯନ୍ତ୍ରୀ ପଦବୀକୁ ଉଚ୍ଛେଦ କରାଯାଇଛି। ଅଧୀକ୍ଷଣ ଯନ୍ତ୍ରୀ ଲେଭଲ-୧ ଓ ୨କୁ ଏକତ୍ରୀକରଣ କରି ଏକକ ଅଧୀକ୍ଷଣ ଯନ୍ତ୍ରୀ ପଦବୀ ସୃଷ୍ଟି କରାଯାଇଛି। ଅଧୀକ୍ଷଣ ଯନ୍ତ୍ରୀମାନେ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଉପବୈଦ୍ୟୁତିକ ନିରୀକ୍ଷକ ଭାବେ କାର୍ଯ୍ୟ ତୁଲାଇବେ। ଏହାଛଡ଼ା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନାମରେ ଏକ ନୂତନ ପଦବୀ ସୃଷ୍ଟି କରାଯାଇଛି। କ୍ଷେତ୍ରୀୟ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀମାନେ ବୈଦ୍ୟୁତିକ ନିରୀକ୍ଷକ ଭାବେ କାର୍ଯ୍ୟ ତୁଲାଇବେ। କଳାହାଣ୍ଡି ଜିଲାର ମ.ରାମପୁର ବ୍ଲକର ଦୁତ୍ତା ଗ୍ରାମ ନିକଟରେ ସାନ୍ଦୁଲ ନଦୀ ଉପରେ ଗୋଟିଏ ବ୍ୟାରେଜ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୧୨୬କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ଏବଂ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ପାଇଁ ୧.୮୭ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁର କରିଛି। ଏହି ପ୍ରକଳ୍ପ କାର୍ଯ୍ୟ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୫ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିବ। ଏହି ପ୍ରକଳ୍ପ ଦ୍ୱାରା ଜିଲାର ୨୯ ଗ୍ରାମକୁ ପାନୀୟ ଜଳ ଓ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ଏସ୍‌ସିବି ମେଡିକାଲ କଲେଜ କର୍ମଚାରୀ କ୍ୱାର୍ଟର୍ସ ଏବଂ ଛାତ୍ରାବାସ ନିର୍ମାଣ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ। ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ଏହି କ୍ୱାର୍ଟର୍ସ ନିର୍ମାଣ ହେବ। ଏହାର ନିର୍ମାଣ କାର୍ଯ୍ୟ ୨ ବର୍ଷରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri