ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ। ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଆଦିବାସୀ ଅଧ୍ୟୁଷିତ ୧୭ ଜିଲାରେ ବସବାସ କରୁଥିବା ଜନଜାତିମାନଙ୍କ ନିଜସ୍ବ ମାତୃଭାଷାରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ଉକ୍ତ ବହୁଭାଷୀ ଶିକ୍ଷା ସହାୟକମାନଙ୍କୁ ୨୦୧୩ରେ ନିଯୁକ୍ତି ଦିଆଯାଇଥିଲା। ଯେଉଁ ଶିକ୍ଷା ସହାୟକମାନେ ୩ ବର୍ଷ ନିରବଚ୍ଛିନ୍ନ ତଥା ସନ୍ତୋଷଜନକ ଭାବେ ଶିକ୍ଷକତା କରିଥିବେ ସେମାନେ କନିଷ୍ଠ ଶିକ୍ଷକ ଭାବେ ପରିଣତ ହେବେ। ଯେଉଁ କନିଷ୍ଠ ଶିକ୍ଷକମାନେ ୩ ବର୍ଷ ସନ୍ତୋଷଜନକ ଶିକ୍ଷକତା କରିଥିବେ ସେମାନେ ସହାୟକ ଶିକ୍ଷକ ହେବେ। ଏହି ଶିକ୍ଷକମାନଙ୍କ ଚାକିରି ନିୟମିତ ହେବା ପରେ ସେମାନେ ଓଡ଼ିଶା ପ୍ରାଥମିକ ଶିକ୍ଷା ରୁଲ୍‌ ୧୯୯୭ ଏବଂ ସମୟାନୁଯାୟୀ ସଂଶୋଧନ ନିୟମ ଅଧୀନରେ ପରିଚାଳଚିତ ହେବେ। ଏହାକୁ ମିଶାଇ ମୋଟ ୧୩ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି।
ରାଜ୍ୟରେ ଗ୍ରୀଡ୍‌ ସବ୍‌ଷ୍ଟେଶନ, ପ୍ରାଇମେରୀ ସବ୍‌ଷ୍ଟେଶନ ଓ ବିଦ୍ୟୁତ୍‌ ଲାଇନର ସଦୁପଯୋଗ ନିମନ୍ତେ ଚିହ୍ନଟ ହୋଇଥିବା ଲୋଭୋଲଟେଜ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ୩୩/୧୧ କେଭି ସବ୍‌ଷ୍ଟେଶନ ଏବଂ ସ୍ବତନ୍ତ୍ର ୩୩ କେଭି ସବ୍‌ଷ୍ଟେଶନ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକର ଲୋଡ୍‌କୁ ଆଧାର କରି ଓପିଟିସିଏଲ୍‌ ୧୭୯୬.୭୩ କୋଟି ଟଙ୍କା ବ୍ୟୟ ଅଟକଳରେ ୯୯ଟି ୩୩/୧୧ କେଭି ସବ୍‌ଷ୍ଟେଶନ ଏବଂ ୮୧୨.୦୫ କିମି ଦୀର୍ଘ ୬୪ଟି ସ୍ବତନ୍ତ୍ର ୩୩ କେଭି ଲାଇନ୍‌ ନିର୍ମାଣ କରିିବ। ଆସନ୍ତା ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଆଠମଲ୍ଲିକ, ଏମ୍‌-ରାମପୁର, ଚିତାଳୋ, ଆଗଲପୁର, ତୁମରୁରେ ଗ୍ରୀଡ୍‌ ସବେ୍‌ଷ୍ଟଶନ ହେବ। ସେହିପରି ତୁମୁଳଠାରୁ ଢେଙ୍କିକୋଟ ପର୍ଯ୍ୟନ୍ତ ୧୩୨ କେଭି ଲାଇନ ଟଣାଯିବ। ଲୋଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ଶହ ୯୬କୋଟି ଟଙ୍କା।
ସେହିପରି ଓଡ଼ିଶା ବୈଦ୍ୟୁତିକ ଯାନ୍ତ୍ରିକ ସେବା କ୍ୟାଡର ପୁନର୍ଗଠନ କରାଯାଇଛି। ଶକ୍ତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି। ରାଜ୍ୟରେ ଓଡ଼ିଶା ବୈଦ୍ୟୁତିକ ଯାନ୍ତ୍ରିକ ସେବା ପ୍ରତି ମେଧାବୀ ଛାତ୍ରମାନଙ୍କୁ ଆକୃଷ୍ଟ କରିବା ସହ କାର୍ଯ୍ୟରତ ଯନ୍ତ୍ରୀମାନଙ୍କର ପଦୋନ୍ନତିରେ ଗତିଶୀଳତା ଆଣି କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏହି ପୁନର୍ଗଠନର ମୂଳ ଲକ୍ଷ୍ୟ। କ୍ୟାଡର ପୁନର୍ଗଠନ ହେବା ପରେ ମୋଟ ପଦବୀ ସଂଖ୍ୟା ୩୪୬ ଅପରିବର୍ତ୍ତିତ ରଖାଯାଇଛି। ଉପନିର୍ବାହୀ ଯନ୍ତ୍ରୀ ପଦବୀକୁ ଉଚ୍ଛେଦ କରାଯାଇଛି। ଅଧୀକ୍ଷଣ ଯନ୍ତ୍ରୀ ଲେଭଲ-୧ ଓ ୨କୁ ଏକତ୍ରୀକରଣ କରି ଏକକ ଅଧୀକ୍ଷଣ ଯନ୍ତ୍ରୀ ପଦବୀ ସୃଷ୍ଟି କରାଯାଇଛି। ଅଧୀକ୍ଷଣ ଯନ୍ତ୍ରୀମାନେ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଉପବୈଦ୍ୟୁତିକ ନିରୀକ୍ଷକ ଭାବେ କାର୍ଯ୍ୟ ତୁଲାଇବେ। ଏହାଛଡ଼ା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନାମରେ ଏକ ନୂତନ ପଦବୀ ସୃଷ୍ଟି କରାଯାଇଛି। କ୍ଷେତ୍ରୀୟ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀମାନେ ବୈଦ୍ୟୁତିକ ନିରୀକ୍ଷକ ଭାବେ କାର୍ଯ୍ୟ ତୁଲାଇବେ। କଳାହାଣ୍ଡି ଜିଲାର ମ.ରାମପୁର ବ୍ଲକର ଦୁତ୍ତା ଗ୍ରାମ ନିକଟରେ ସାନ୍ଦୁଲ ନଦୀ ଉପରେ ଗୋଟିଏ ବ୍ୟାରେଜ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୧୨୬କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ଏବଂ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ପାଇଁ ୧.୮୭ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁର କରିଛି। ଏହି ପ୍ରକଳ୍ପ କାର୍ଯ୍ୟ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୫ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିବ। ଏହି ପ୍ରକଳ୍ପ ଦ୍ୱାରା ଜିଲାର ୨୯ ଗ୍ରାମକୁ ପାନୀୟ ଜଳ ଓ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ଏସ୍‌ସିବି ମେଡିକାଲ କଲେଜ କର୍ମଚାରୀ କ୍ୱାର୍ଟର୍ସ ଏବଂ ଛାତ୍ରାବାସ ନିର୍ମାଣ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ। ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ଏହି କ୍ୱାର୍ଟର୍ସ ନିର୍ମାଣ ହେବ। ଏହାର ନିର୍ମାଣ କାର୍ଯ୍ୟ ୨ ବର୍ଷରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri