Posted inଜାତୀୟ

ସ୍ବାଧୀନତା ଦିବସ ପାଳନ ଲାଗି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା,ଲାଲକିଲ୍ଲାରେ ଲାଗିବ ଆଣ୍ଟି ଡ୍ରୋନ୍‌ ସିଷ୍ଟମ…

ନୂଆଦିଲ୍ଲୀ,୨୫।୭ : ଲାଲକିଲ୍ଲାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ସଂଗଠନ ଏକ ବଡ଼ ଘଟଣା ଧରଣର ଆକ୍ରମଣ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବା ଗୁପ୍ତ ସୂଚନା ମିଳିବା ପରେ ସତର୍କତା ଅବଲମ୍ବନ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ଆକାଶ ମାର୍ଗରୁ ବିପଦ ବିଷୟରେ ଗୁପ୍ତ ସୂଚନାରେ ଉଲ୍ଲେଖ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ସେନା ହେଲିକପ୍ଟରରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏକ କମାଣ୍ଡୋ ଦଳ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବେ। ଏଥି ସହିତ ଆକାଶକୁ ସୁରକ୍ଷିତ ରଖିବା ପାଇଁ ଲାଲକିଲ୍ଳାରେ ଆଣ୍ଟି ଡ୍ରୋନ ଚିହ୍ନଟ ସିଷ୍ଟମ ମଧ୍ୟ ନିୟୋଜିତ ହେବ। ଡ୍ରୋନ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଆକାଶରେ ଉଡ଼ିବା ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ଧାରା ୧୪୪ ମଧ୍ୟ ଲାଗୁ କରିଛି।

ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଇସ୍ରାଏଲ ସଫ୍ଟୱେର୍‌ ଅଟୋମେଟିକ ଫେସ ରେଗିକେସନ ସିଷ୍ଟମ ସହିତ ଅନେକ ଆଧୁନିକ ଯନ୍ତ୍ରପାତି ମଧ୍ୟ ଲଗାଯାଉଛି। ଏହା ବ୍ୟତୀତ ସମାରୋହ ପାଇଁ ପ୍ରାୟ ୧୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ସୁରକ୍ଷା ପରିସ୍ଥିତି ହେଉଛି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ବହୁ ମହଲା ବିଶିଷ୍ଟ ଅଟ୍ଟାଳିକାରେ  ସ୍ନାଇପର ନିୟୋଜିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ଭାବରେ ଶହ ଶହ ସିସିଟିଭି କ୍ୟାମେରା ମଧ୍ୟ ସ୍ଥାପନ କରାଯାଉଛି। ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମସ୍ତ ଅସୁରକ୍ଷିତ ସ୍ଥାନରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି ଏବଂ ବ୍ୟସ୍ତବହୁଳ ବଜାର, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଏବଂ ବିମାନବନ୍ଦରରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହେଉଛନ୍ତି। ସୁରକ୍ଷା କର୍ମୀମାନେ ଆକାଶରେ ଉଡ଼ୁଥିବା ଜିନିଷ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଉଡ଼ନ୍ତା ବସ୍ତୁ, ପାରା-ଗ୍ଲାଇଡର୍‌, ପାରା-ମୋଟର, ହ୍ୟାଙ୍ଗ ଗ୍ଲାଇଡର୍‌, ୟୁଏଭି, ୟୁଏଏସ୍‌, ମାଇକ୍ରୋଲାଇଟ ବିମାନ, ଦୂରରୁ ପରିଚାଳିତ ବିମାନ, ହଟ ଏୟାର ବେଲୁନ ଉଡ଼ାଣ ଉପରେ ଅଗଷ୍ଟ ୧୫ କଟକଣା ଜାରି କରାଯାଇଛି। ଲାଲକିଲ୍ଲା ଚାରିପାଖରେ ୧୪ କମାଣ୍ଡୋ ଗାଡି ପରାକ୍ରମକୁ ନିୟୋଜିତ କରାଯାଇଛି। ଏହି ଯାନଗୁଡିକ ଭିଆଇପି ରୁଟ ବ୍ୟତୀତ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ କମାଣ୍ଡୋ ସ୍କ୍ବାଡ ସହିତ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ନିୟୋଜିତ କରାଯାଇଛି। ସୁରକ୍ଷା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହାର କିଛି ଅଂଶ ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri