Categories: ଜାତୀୟ

ସିସିୟୁକୁ ସ୍ଥାନାନ୍ତର ହେଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୩।୧୦: ବରିଷ୍ଠ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ କ୍ରିଟିକାଲ କେୟାର ୟୁନିଟ (ସିସିୟୁ)କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ବିଶେଷଜ୍ଞ ଦଳ ସେମାନଙ୍କୁ ଚିକିତ୍ସା କରୁଛନ୍ତି। ଅକ୍ଟୋବର ୨ରେ ୮୨ ବର୍ଷିୟ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।
ସମାଜବାଦୀ ପାର୍ଟି ପକ୍ଷରୁ ଟୁଇଟ୍‌ କରାଯାଇ କୁହାଯାଇଛି ଯେ, ଗୁରୁଗ୍ରାମର ମେଦାଣ୍ଟା ହସ୍ପିଟାଲର ‘କ୍ରିଟିକାଲ କେୟାର ୟୁନିଟ’ରେ ନେତାଜୀଙ୍କୁ ଭର୍ତ୍ତି କରାଯାଇଛି, ତାଙ୍କ ଅବସ୍ଥା ସ୍ଥିର ରହିଛି। ନେଟାଜୀଙ୍କୁ ଭେଟିବକୁ ଡାକ୍ତରଖାନା ଭିତରକୁ ଯିବା ସମ୍ଭବ ନୁହେଁ, ଆପଣ ଦୟାକରି ଡାକ୍ତରଖାନାକୁ ଯାଆନ୍ତୁ ନାହିଁ। ଏହା ସମସ୍ତଙ୍କ ପାଇଁ ନମ୍ର ଅନୁରୋଧ। ନେଟାଜୀଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ସମୟ ସମୟରେ ଦିଆଯିବ।

Share