Categories: ଜାତୀୟ

ସ୍ଥିର ଅଛି ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା, ସିସିୟୁରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୪ ।୧୦: ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂ ଯାଦବ ଏବେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ଥିବା ବେଳେ ଡାକ୍ତିରି ଟିମ ତାଙ୍କ ସ୍ୱାସ୍ଥୃ ଉପରେ ନଜର ରଖିଛନ୍ତି । ମୁଲାୟମଙ୍କ ପାଇଁ ସାରା ଦେଶବାସୀ ପ୍ରାର୍ଥନା କରୁଛନ୍ତି । ସୂଚନାଯୋଗ୍ୟ, ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଶନିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ତାଙ୍କୁ ପ୍ରାଇଭେଟ ୱାର୍ଡରେ ରଖି ଚିକିତ୍ସା କରାଯାଉଥିବା ବେଳେ ଅକ୍ସିଜେନ କମ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କୁ କ୍ରିଟିକାଲ କେୟାର ୟୁନିଟରେ ଚିକିତ୍ସା କରାଯାଉଛି ।
ହସ୍ପିଟାଲରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି, ‘ମୁଲାୟମ ସିଂ ଏବେ ଗୁରଗାଓଁର ମେଦାନ୍ତ ହସ୍ପିଟାଲରେ କ୍ରିଟିକାଲ କେୟାର ୟୁନିଟରେ ଚିକିତ୍ସିତ ହେଉଛନ୍ତି । ବିଶେଷଜ୍ଞଙ୍କ ଏକ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ନିତିନ ସୁଦ ଓ ଡାକ୍ତର ସୁଶିଲ କଟାରିୟାଙ୍କ ନେତୃତ୍ୱରେ ତାଙ୍କର ଚିକିତ୍ସା ଚାଲିଛି ।

Share