ବିପଦ ଆଶଙ୍କା ବଢ଼ାଉଛି ମୁକୁଳା ବୋର୍‌ଓ୍ବେଲ

ବଅଁରପାଳ,୨୩ା୬(ଡି.ଏନ.ଏ.): ମୁକୁଳା ପଡ଼ିଥିବା ବୋର୍‌ଓ୍ବେଲ କିପରି ଶିଶୁଙ୍କ ପାଇଁ ବିପଦ ସାଜିପାରେ ତାହାର ଉଦାହରଣ ଦେଶରେ ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ଛତିଶଗଡ଼ରେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ୨୦୧୭ ଡିସେମ୍ବର ୨୫ରେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମ୍ବୁନାଳୀ ପଞ୍ଚାୟତ ଗୋଳାସର ଗ୍ରାମର ୨ ବର୍ଷୀୟା ଶିଶୁକନ୍ୟା ରାଧାରାଣୀ ଖୋଲା ବୋର୍‌ଓ୍ବେଲ ଭିତରକୁ ଖସିପଡ଼ିଥିବା ନଜିର ରହିଛି। ତଥାପି ମୁକୁଳା ପଡ଼ିଥିବା ଏପରି ବୋର୍‌ଓ୍ବେଲକୁ ଆବଦ୍ଧ କରାଯିବା ଦିଗରେ ତତ୍ପରତା ପ୍ରକାଶ ପାଉନାହିଁ। ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନ୍ୟାବେଡ଼ା ଗ୍ରାମର ହରିଜନ ସାହିକୁ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଖୋଳାଯାଇଥିବା ଏକ ବୋର୍‌ଓ୍ବେଲ ବର୍ଷେ ହେଲା ମୁକୁଳା ପଡ଼ିଛି। ସମ୍ପୂର୍ଣ୍ଣ ହୋଇ ନ ଥିବା ଏହି ବୋର୍‌ଓ୍ବେଲରେ ଢାଙ୍କୁଣୀ ଲଗାଯାଇ ନ ଥିବାରୁ ଏହା ସ୍ଥାନୀୟ ଶିଶୁମାନଙ୍କ ପାଇଁ ବିପଦ ସାଜିପାରେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।
ସାହିବାସୀଙ୍କ କହିବା ଅନୁଯାୟୀ, ସରକାରଙ୍କ ପକ୍ଷରୁ ବର୍ଷେ ତଳେ ଏହି ବୋର୍‌ଓ୍ବେଲ ଖୋଳାଯାଇଥିଲା। ହେଲେ ୨ଶହ ଫୁଟ ଗଭୀର ଉକ୍ତ ବୋର୍‌ଓ୍ବେଲ ବ୍ୟବହାରରେ ଲାଗୁନାହିଁ। ଏହାକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟରେ ଲଗାଇବା ପରିବର୍ତ୍ତେ ପ୍ରଶାସନ ଖୋଲା ଛାଡ଼ିଦେଇଥିବାରୁ ଏହା ପିଲାଙ୍କ ପାଇଁ ବିପଦର କାରଣ ସାଜିବାର ଆଶଙ୍କା ସୃଷ୍ଟି କରୁଛି। ଏହି ସାହିରେ ପ୍ରାୟ ୫୦ ଶିଶୁ ଥିବାବେଳେ ନିକଟରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ବୋର୍‌ଓ୍ବେଲର ଓସାର କମ୍‌ ଥିବାରୁ ଏଥିରେ ଶିଶୁ ଖସିପଡ଼ିବାର ସମ୍ଭାବନା ନ ଥିବା ପ୍ରଶାସନ କହୁଥିଲେ ମଧ୍ୟ ନିକଟରେ ଖେଳାଖେଳି କରୁଥିବା ପିଲା ଯେ ଏହାଦ୍ୱାରା ଆଘାତପ୍ରାପ୍ତ ନ ହେବେ ତାହା କହିହେବ ନାହିଁ। ତେଣୁ ଯେକୌଣସି ମୁହୂର୍ତ୍ତରେ ଏଠାରେ କିଛି ଅଘଟଣ ଘଟିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ବ୍ଲକ ଜଳ ଓ ପରିମଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲି ସାହିବାସିନ୍ଦା ବିନୋଦ ନାୟକ, ସୁମନ୍ତ ନାୟକ, ପପୁନ ନାୟକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦିଲୀପ ବେହେରା କହିଛନ୍ତି, ବ୍ଲକ ଅଞ୍ଚଳରେ ୨୦୦ରୁ ୨୫୦ ଫୁଟ ଗଭୀର ପର୍ଯ୍ୟନ୍ତ ବୋର୍‌ଓ୍ବେଲ ଖୋଳାଯାଉଛି। ତେବେ କନ୍ୟାବେଡ଼ା ହରିଜନ ସାହିରେ ଥିବା ବୋର୍‌ଓ୍ବେଲର ଓସାର ମାତ୍ର ୫ ରୁ ୮ ଇଞ୍ଚ ରହିଥିବାରୁ ଏହା ଶିଶୁଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ। ବୋର୍‌ଓ୍ବେଲର ଓସାର ୧୨ ଇଞ୍ଚ ରହିଲେ ଏଥିରେ ଶିଶୁମାନେ ଖସିପଡ଼ିବାର ସମ୍ଭାବନା ରହିଛି। ତଥାପି ବ୍ଲକ ଅଞ୍ଚଳରେ ଯଦି କେଉଁଠି ବୋର୍‌ଓ୍ବେଲ ମୁକୁଳା ଅବସ୍ଥାରେ ଥାଏ, ସେଥିପ୍ରତି ଧ୍ୟାନ ଦିଆଯାଇ ପଦକ୍ଷେପ ନିଆଯିବ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ଖୋଲା ଛଡ଼ାଯିବା ବିପଦ
ଦୀର୍ଘଦିନ ହେଲା ଏହି ଖୋଲା ବୋର୍‌ଓ୍ବେଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସାହିରେ ବହୁ ଶିଶୁ ଥିବାରୁ ଏହା ସେମାନଙ୍କ ପାଇଁ କେତେବେଳେ ମଧ୍ୟ ବିପଦ ସାଜିପାରେ। ଯଦି ଏହା କାର୍ଯ୍ୟରେ ଏବେ ଲାଗିନାହିଁ, ତା’ହେଲେ ଆବଦ୍ଧ କରିଦିଆଯିବା ଦରକାର।
-ମୁକୁନ୍ଦ ନାୟକ, କନ୍ୟାବେଡ଼ା

ବର୍ଷେ ତଳୁ ଖୋଳାଯାଇଛି
ବର୍ଷେ ତଳୁ ଏହି ବୋର୍‌ଓ୍ବେଲ ଖେଳାଯାଇଛି। କିନ୍ତୁ ତାହାକୁ ବ୍ୟବହାରରେ ଲଗା ନ ଯାଇ ଏପରି ମୁକୁଳା ପକାଯାଇଛି। ଗଁା ମଧ୍ୟରେ ଏହାକୁ ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ରଖାଯିବା ଅଘଟଣକୁ ଆମନ୍ତ୍ରଣ କରିବା ସଙ୍ଗେ ସମାନ।
– କୁନ୍ତୀ ନାୟକ, କନ୍ୟାବେଡ଼ା

ବିଭାଗୀୟ ଅଧିକାରୀ ଦୃଷ୍ଟି ଦିଅନ୍ତୁ
ସାହିବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା ଖୋଳାଯାଇଥିଲେ ହେଁ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ କାମରେ ଆସୁନାହିଁ। ଆବଶ୍ୟକତା ନ ଥିଲେ ତାହାକୁ ଯଥାଶୀଘ୍ର ବନ୍ଦ କରିବା ଦିଗରେ ପଦକ୍ଷେପ ନିଆଯାଉ।
-ତ୍ରିନାଥ ସାହୁ, କନ୍ୟାବେଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri