ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ‘ଶକ୍ତିମାନ୍‌’

ବମ୍ବେ: ବିବାଦରେ ଲୋକପ୍ରିୟ ଧାରାବାହିକ ଶକ୍ତିମାନ୍‌ ଫେମ୍‌ ଅଭିନେତା ମୁକେଶ ଖନ୍ନା। ମହିଳାଙ୍କୁ ନେଇ ସେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ‘ସରି ଶକ୍ତିମାନ୍‌’ କହି ଟ୍ରୋଲ କରାଯାଉଛି।

ସମ୍ପୂର୍ଣ୍ଣ ଘଟଣାଟି ଏପରି। ମୁକେଶ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘Bheeshm International’ରେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓରେ ସେ ଯୁବକମାନଙ୍କୁ କିଛି ଯୁବତୀଙ୍କଠାରୁ ଦୂରରେ ରହିବା ଉଚିତ। ଯଦି କୌଣସି ଝିଅ ପୁଅକୁ କହୁଛି ଯେ ମୁଁ ତୁମ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛି, ତେବେ ସେ ଝିଅ ନୁହେଁ। ସେ ବ୍ୟବସାୟ କରୁଛନ୍ତି। କାରଣ ଏଭଳି ଲଜ୍ଜାଜନକ କଥା ଏକ ସଭ୍ୟ ସମାଜର ଝିଅ କେବେ କହିବ ନାହିଁ। ସେଥିରେ ଭାଗିଦାର ହୁଅନ୍ତୁ ନାହିଁ। ଏପରି ଯୁବତୀଙ୍କଠାରୁ ଦୂରରେ ରୁହନ୍ତୁ ବୋଲି ସେ କହିଥିଲେ।

ଏହାଛଡ଼ା ତାଙ୍କ ହ୍ବାଟ୍ସଆପ୍‌ରେ ଏଭଳି ବାର୍ତ୍ତା ଆସୁଛି ଯେଉଁଥିରେ ‘ମୋତେ ଆପଣଙ୍କ ସହ କଥା ହେବାର ଅଛି’ ବୋଲି ଲେଖାଯାଉଛି। ଯଦି ସମାଜରେ ଏଭଳି ଯୁବତୀ ଅଛନ୍ତି ତେବେ ଭାବି ନିଅ ସେ ସମାଜ କେତେ ତଳକୁ ଖସିଗଲାଣି ବୋଲି ସେ ମଧ୍ୟ କହିଥିଲେ। ଏବେ ମୁକେଶଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଅଭିନେତାଙ୍କ ବୟାନରେ କିଛି ବ୍ୟବହାରକାରୀ ‘ସରି ଶକ୍ତିମାନ’ ଲେଖୁଛନ୍ତି। ସେହିଭଳି କିଛି ‘ଶକ୍ତିମାନ ବୁଢ଼ା ହୋଇଗଲେଣି, ସେଥିପାଇଁ ଏଭଳି ପ୍ରଳାପ କରୁଛନ୍ତି’ ବୋଲି କହୁଛନ୍ତି।

Share