ମୁକେଶ ଏସିଆର ୧ ନମ୍ବର ଧନୀ

ନୂଆଦିଲ୍ଲୀ,୨୩।୩ : ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଭାରତ ଓ ଏସିଆର ୧ ନମ୍ବର ଧନୀ ବ୍ୟକ୍ତିର ସ୍ଥାନ ହାସଲ କରିଛନ୍ତି। ଏପରିକି ସେ ବିଶ୍ୱର ଟପ୍‌-୧୦ ଧନୀ ବ୍ୟକ୍ତିଙ୍କ ସୂଚୀରେ ମଧ୍ୟ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ବୋଲି ହୁରୁନ୍‌ର ତାଜା ଧନିକଙ୍କ ସୂଚୀରୁ ଜଣାପଡ଼ିଛି। ରିସର୍ଚ୍ଚ ପ୍ଲାଟ୍‌ଫର୍ମ ହୁରୁନ୍‌ ରିୟଲ ଇଷ୍ଟେଟ୍‌ କମ୍ପାନୀ ଏମ୍‌୩ଏମ୍‌ ସହ ମିଶି ଧନିକଙ୍କ ସୂଚୀ ଜାରି କରିଛନ୍ତି। ଏପରିକି ‘ଦି ୨୦୨୩ ଏମ୍‌୩ଏମ୍‌ ହୁରୁନ ଗ୍ଲୋବାଲ ରିଚ୍‌ ଲିଷ୍ଟ’ ରେ ମୁକେଶ ଏକମାତ୍ର ଭାରତୀୟ ଓ ଏସିଆର ସବୁଠୁ ଧନୀ ବ୍ୟକ୍ତି ବୋଲି ଉକ୍ତ ତାଲିକାରେ ସ୍ଥାନରେ ପାଇଛନ୍ତି।

ସେହିଭଳି ଉକ୍ତ ସୂଚୀ ହିସାବରେ ମୁକେଶଙ୍କ ମୋଟ ନେଟ୍‌ ୱର୍ଥ ୮୨ ବିଲିୟନ ଡଲାର ରହିଥିବା ଜଣାପଡ଼ିଛି। ଏପରିକି ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ଆଦାନୀଙ୍କ ମୋଟ ନେଟ୍‌ୱର୍ଥ ୫୩ ବିଲିୟନ ଡଲାରରୁ ବି କମ୍‌ ହୋଇଯାଇଛି। ହୁରୁନ୍‌ ଧନିକଙ୍କ ସୂଚୀ ଅନୁସାରେ ସାଇରସ ପୁନାୱାଲା ଭାରତର ୩ୟ ସବୁଠାରୁ ଧନୀ ବ୍ୟକ୍ତି ତାଙ୍କର ମୋଟ ନେଟ୍‌ ୱର୍ଥ ୨୭ ବିଲିୟନ ଡଲାର ଆକଳନ କରାଯାଇଛି। ଦେଶରେ କୋଭିଡ୍‌-୧୯ ମହାମାରୀ କାଳରେ ସାଇରସ ପୁନାୱାଲାଙ୍କୁ ବେଶ୍‌ ଫାଇଦା ମିଳିଥିଲା। ତାଙ୍କ କମ୍ପାନୀ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ବିପୁଳ ପରିମାଣରେ କୋଭିଡ୍‌ ଟିକା ପ୍ରସ୍ତୁତ କରିଥିଲା। ହୁରୁନ୍‌ଙ୍କ ଗତବର୍ଷ ସୂଚୀରେ ସାଇରସ ପୁନାୱାଲା ୩ୟ ଧନଶାଳୀ ବ୍ୟକ୍ତି ଥିଲେ।

ତେବେ ତାଜା ସୂଚୀରେ ଶିବ ନାଦର ଓ ତାଙ୍କ ପରିବାରକୁ ୪ର୍ଥ ସ୍ଥାନ ମିଳିଛି। ହୁରୁନ୍‌ ହିସାବ ଅନୁସାରେ ନାଦର ଫ୍ୟାମିଲିର ବର୍ତ୍ତମାନ ନେଟ୍‌ୱର୍ଥ ୨୬ବିଲିୟନ ଡଲାରରୁ ବି ଅଧିକ ରହିଛି। ଗତବର୍ଷ ମଧ୍ୟ ନାଦର ପରିବାର ଉକ୍ତ ସୂଚୀର ୪ର୍ଥ ସ୍ଥାନରେ ଥିଲେ। ସେହିପରି ଷ୍ଟିଲ୍‌ କିଙ୍ଗ୍‌ ନାମରେ ପ୍ରସିଦ୍ଧ ଲକ୍ଷ୍ମୀ ମିତ୍ତଲ ୨୦ବିଲିୟନ ଡଲାର ନେଟ୍‌ୱର୍ଥ ସହ ଉକ୍ତ ସୂଚୀର ୫ମ ସ୍ଥାନରେ ଅଛନ୍ତି। ତେବେ ଗତବର୍ଷ ସୂଚୀର ୫ମ ସ୍ଥାନରେ ରାଧାକିଷନ ଦମାନୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri