ମୁକେଶ ଏସିଆର ୧ ନମ୍ବର ଧନୀ

ନୂଆଦିଲ୍ଲୀ,୨୩।୩ : ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଭାରତ ଓ ଏସିଆର ୧ ନମ୍ବର ଧନୀ ବ୍ୟକ୍ତିର ସ୍ଥାନ ହାସଲ କରିଛନ୍ତି। ଏପରିକି ସେ ବିଶ୍ୱର ଟପ୍‌-୧୦ ଧନୀ ବ୍ୟକ୍ତିଙ୍କ ସୂଚୀରେ ମଧ୍ୟ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ବୋଲି ହୁରୁନ୍‌ର ତାଜା ଧନିକଙ୍କ ସୂଚୀରୁ ଜଣାପଡ଼ିଛି। ରିସର୍ଚ୍ଚ ପ୍ଲାଟ୍‌ଫର୍ମ ହୁରୁନ୍‌ ରିୟଲ ଇଷ୍ଟେଟ୍‌ କମ୍ପାନୀ ଏମ୍‌୩ଏମ୍‌ ସହ ମିଶି ଧନିକଙ୍କ ସୂଚୀ ଜାରି କରିଛନ୍ତି। ଏପରିକି ‘ଦି ୨୦୨୩ ଏମ୍‌୩ଏମ୍‌ ହୁରୁନ ଗ୍ଲୋବାଲ ରିଚ୍‌ ଲିଷ୍ଟ’ ରେ ମୁକେଶ ଏକମାତ୍ର ଭାରତୀୟ ଓ ଏସିଆର ସବୁଠୁ ଧନୀ ବ୍ୟକ୍ତି ବୋଲି ଉକ୍ତ ତାଲିକାରେ ସ୍ଥାନରେ ପାଇଛନ୍ତି।

ସେହିଭଳି ଉକ୍ତ ସୂଚୀ ହିସାବରେ ମୁକେଶଙ୍କ ମୋଟ ନେଟ୍‌ ୱର୍ଥ ୮୨ ବିଲିୟନ ଡଲାର ରହିଥିବା ଜଣାପଡ଼ିଛି। ଏପରିକି ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ଆଦାନୀଙ୍କ ମୋଟ ନେଟ୍‌ୱର୍ଥ ୫୩ ବିଲିୟନ ଡଲାରରୁ ବି କମ୍‌ ହୋଇଯାଇଛି। ହୁରୁନ୍‌ ଧନିକଙ୍କ ସୂଚୀ ଅନୁସାରେ ସାଇରସ ପୁନାୱାଲା ଭାରତର ୩ୟ ସବୁଠାରୁ ଧନୀ ବ୍ୟକ୍ତି ତାଙ୍କର ମୋଟ ନେଟ୍‌ ୱର୍ଥ ୨୭ ବିଲିୟନ ଡଲାର ଆକଳନ କରାଯାଇଛି। ଦେଶରେ କୋଭିଡ୍‌-୧୯ ମହାମାରୀ କାଳରେ ସାଇରସ ପୁନାୱାଲାଙ୍କୁ ବେଶ୍‌ ଫାଇଦା ମିଳିଥିଲା। ତାଙ୍କ କମ୍ପାନୀ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ବିପୁଳ ପରିମାଣରେ କୋଭିଡ୍‌ ଟିକା ପ୍ରସ୍ତୁତ କରିଥିଲା। ହୁରୁନ୍‌ଙ୍କ ଗତବର୍ଷ ସୂଚୀରେ ସାଇରସ ପୁନାୱାଲା ୩ୟ ଧନଶାଳୀ ବ୍ୟକ୍ତି ଥିଲେ।

ତେବେ ତାଜା ସୂଚୀରେ ଶିବ ନାଦର ଓ ତାଙ୍କ ପରିବାରକୁ ୪ର୍ଥ ସ୍ଥାନ ମିଳିଛି। ହୁରୁନ୍‌ ହିସାବ ଅନୁସାରେ ନାଦର ଫ୍ୟାମିଲିର ବର୍ତ୍ତମାନ ନେଟ୍‌ୱର୍ଥ ୨୬ବିଲିୟନ ଡଲାରରୁ ବି ଅଧିକ ରହିଛି। ଗତବର୍ଷ ମଧ୍ୟ ନାଦର ପରିବାର ଉକ୍ତ ସୂଚୀର ୪ର୍ଥ ସ୍ଥାନରେ ଥିଲେ। ସେହିପରି ଷ୍ଟିଲ୍‌ କିଙ୍ଗ୍‌ ନାମରେ ପ୍ରସିଦ୍ଧ ଲକ୍ଷ୍ମୀ ମିତ୍ତଲ ୨୦ବିଲିୟନ ଡଲାର ନେଟ୍‌ୱର୍ଥ ସହ ଉକ୍ତ ସୂଚୀର ୫ମ ସ୍ଥାନରେ ଅଛନ୍ତି। ତେବେ ଗତବର୍ଷ ସୂଚୀର ୫ମ ସ୍ଥାନରେ ରାଧାକିଷନ ଦମାନୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri