ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି ଭାବେ ଫର୍ଚୁନ୍‌ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ-୨୦୨୪ ତାଲିକାରେ ସ୍ଥାନ ପାଇଛନ୍ତି । ଉଲ୍ଲେଖଯୋଗ୍ୟ, ଫର୍ଚୁନ୍‌ ମାଗାଜିନ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଶିଳ୍ପପତିଙ୍କ ତାଲିକା ନିକଟରେ ପ୍ରକାଶ ପାଇଛି। ଏଥିରେ ଏଲନ୍‌ ମସ୍କ ପ୍ରଥମ ସ୍ଥାନରେ ଥିଲାବେଳେ ମୁକେଶ ଅମ୍ବାନୀ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଫର୍ଚୁନ୍‌ ପାୱାରଫୁଲ୍‌ ବିଜ୍‌ନେସ୍‌ ଲିଷ୍ଟ-୨୦୨୪ରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ପ୍ରଥମ ସ୍ଥାନ ଏବଂ ଏନ୍‌ଭିଡିଆ ସିଇଓ ଜେନ୍‌ସେନ୍‌ ହୁଆଙ୍ଗ ୨ୟ ସ୍ଥାନରେ ରହିଛନ୍ତି। ସେହିଭଳି ସତ୍ୟ ନାଡେଲା ଉକ୍ତ ତାଲିକାର ତୃତୀୟ ସ୍ଥାନରେ ଥିଲାବେଳେ ୱାରେନ୍‌ ବଫେଟ୍‌ ୪ର୍ଥ,ଜେମି ଡିମନ୍‌ ୫ମ, ଟିମ୍‌ କୁକ୍‌ ୬ଷ୍ଠ, ମାର୍କ ଜୁକରବର୍ଗ ୭ମ, ସାମ୍‌ ଅଲ୍ଟମ୍ୟାନ୍‌ ୮ମ, ମେରି ବାରା ୯ମ ଏବଂ ସୁନ୍ଦର ପିଚାଇ ୧୦ମ ସ୍ଥାନରେ ରହିଥିବା ବେଳେ ଜେଫ୍‌ ବେଜୋସ୍‌ ୧୧ତମ ସ୍ଥାନରେ ରହିଛନ୍ତି। ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ତଥା ଏମ୍‌ଡି ମୁକେଶ ଅମ୍ବାନୀ ଦେଶର ପ୍ରମୁଖ ଉଦ୍ୟୋଗପତି ମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିଲାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ନୂତନ ଉତ୍କର୍ଷରେ ପହଞ୍ଚାଇ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏପରିକି ଜିଓର ଶୁଭାରମ୍ଭକରି ସେ ଦେଶର ଟେଲିକମ୍‌ କ୍ଷେତ୍ରର ଚେହେରା ବଦଳାଇଛନ୍ତି।
ଡିଜିଟାଇଜେଶନ ଜରିଆରେ ଦେଶର ବିକାଶ ମଧ୍ୟ ତ୍ୱରାନ୍ବିତ ହୋଇଛି। ରିଟେଲ କ୍ଷେତ୍ରରେ କମ୍ପାନୀ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ କମ୍ପାନୀ ଜୋର୍‌ଦାର କାର୍ଯ୍ୟ ଜାରି ରଖିଛି। ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ଫର୍ଚୁନ୍‌ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ-୨୦୨୪ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ତାଲିକାରେ ଭାରତୀୟ ମୂଳର ଅନ୍ୟ ୬ଜଣ ମଧ୍ୟ ରହିଛନ୍ତି, ଯେଉଁମାନେ ବିଦେଶରେ ଦୀର୍ଘବର୍ଷ ହେବ ବସବାସ କରନ୍ତି। ଏହି ବ୍ୟକ୍ତିମାନେ ବଡ଼ ବ୍ୟବସାୟର ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ନବପ୍ରବର୍ତ୍ତକ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri