Categories: ଜାତୀୟ

ମହାଶିବରାତ୍ରିରେ ସୋମନାଥଙ୍କର ରୁଦ୍ରାଭିଷେକ କଲେ ମୁକେଶ ଅମ୍ବାନି, ଟ୍ରଷ୍ଟକୁ ଦାନ କଲେ ୧.୫୧ କୋଟି ଟଙ୍କା

ମୁମ୍ବାଇ,୧୯ ।୨: ଦେଶର ସବୁଠାରୁ ଧନୀ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନି ପୁଣିଥରେ ଚର୍ଚ୍ଚାରେ । ମୁକେଶ ଅମ୍ବାନିଙ୍କ ପରିବାର ଖୁବ୍ ଧାର୍ମିକ । ଏମାନେ ବିଭିନ୍ନ ସମୟରେ ଅଲଗା ଅଲଗା ଧର୍ମର ପୂଜାର୍ଚ୍ଚନା କରିବା ସହ ଦାନ କରିବା ମଧ୍ୟ ଦେଖାଯାଇଛି । ଚଳିତ ବର୍ଷ ମହାଶିବରାତ୍ରି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନି ଗୁଜରାଟରେ ସୋମନାଥ ମନ୍ଦିର ଦର୍ଶନ କରିଛନ୍ତି । ଏହାସହ ପୁଅ ଆକାଶ ଅମ୍ବାନିଙ୍କ ସହ ସେ ସୋମନାଥ ମହାଦେବଙ୍କର ରୁଦ୍ରାଭିଷେକ ବି କରିଥିଲେ । ଏହାସହ ଅମ୍ବାନି ପରିବାର ପକ୍ଷରୁ ସୋମନାଥ ମନ୍ଦିର ଟ୍ରଷ୍ଟକୁ ୧.୫୧ କୋଟି ଟଙ୍କା ଦାନ ଦିଆଯାଇଛି ।
ସୋମନାଥ ମନ୍ଦିର ଦର୍ଶନ ପାଇଁ ପହଞ୍ଚିିବା ମୁକେଶ ଅମ୍ବାନି ଓ ଆକାଶ ଅମ୍ବାନିଙ୍କୁ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପିକେ ଲାହିଡି ଓ ସଚିବ ଯୋଗେନ୍ଦ୍ର ଦେଶାଇ ସ୍ୱାଗତ କରିଥିଲେ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶଲ ଓ ଚନ୍ଦନ ଲଗାଇ ମୁକେଶ ଅମ୍ବାନି ଓ ଆକାଶ ଅମ୍ବାନିଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଉଭୟ ପିତାପୁତ୍ର ମହାଦେବଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା କରିଥିଲେ ଓ ଭୋଳାନାଥଙ୍କ ରୁଦ୍ରାଭିଷେକ କରିଥିଲେ । ଏବେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

Share